ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ଥାନୀୟ ଲୋକେ କହିଲେ, ପୁଅକୁ ଝୁରି ଝୁରି ମାଆ କରିଛି ଆତ୍ମହତ୍ୟା
6/11/2020 at 10:15 AM

ସାଲେପୁର୬/୧୧: ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ରୋଧପୁର କଲେଜ ରୋଡ ଭଡା ଘରୁ ତାଙ୍କ ମୃତଦେହ ମିଳିଛି। ମୃତ ମହିଳା ଜୟଶ୍ରୀ ବିଶ୍ୱାଳ ସାଲେପୁର ମହିଳା କଲେଜର ଚାକିରି କରିଛନ୍ତି। ସେ ସାଲେପୁର କଲେଜର ଜୁନିୟର କିରାଣୀ ଭାବେ କାମ କରନ୍ତି।
ଦୀର୍ଘ ଦିନ ହେବ ରୋଧପୁର କଲେଜ ରୋଡରେ ଭଡା ଘରେ ରହୁଥିଲେ। ଏଠାରେ ସୂଚନାଯୋଗ୍ୟ କିଛିଦିନ ତଳେ ତାଙ୍କର ଏକ ମାତ୍ର ପୁଅ ମଧ୍ୟ ଆତ୍ମହତ୍ୟା କରିଥିଲା। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ କଣ ଜଣାପଡିନାହିଁ। କେହି କେହି କହୁଛନ୍ତି ପୁଅକୁ ଝୁରି ଝୁରି ଏଭଳି ପଦକ୍ଷେପ ନେଇପାରି ଥାଆନ୍ତି। ତଥାପି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଝୁଲନ୍ତା ମୃତ ଦେହକୁ ପରିବାର ଲୋକଙ୍କ ଉପସ୍ଥିତିରେ ତଳକୁ ଅଣାଯାଇଥିଲା। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।