ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ବର୍ତ୍ତମାନ ପୀଡିତା ୮ ମାସର ଗର୍ଭବତୀ, ଅଭିଯୁକ୍ତ ବିବାହିତ ଯୁବକ ଫେରାର

Published By : Prameya-News7 Bureau | September 30, 2020 IST

ତେଲକୋଇ୩୦/୯: ପୁଣି ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା। ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଜଣେ ବିବାହିତ ପୁରୁଷ। ପୀଡିତା ବର୍ତ୍ତମାନ ୮ ମାସର ଗର୍ଭବତୀ। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାପ-ଝିଅ ୨ ଜଣ ଦିବ୍ୟାଙ୍ଗ। ତାଙ୍କ ବାପା ଯାହା ଭିକ୍ଷା କରି ଆଣନ୍ତି, ସେଥିରେ ବାପ-ଝିଅ ୨ ପ୍ରାଣୀ ଚଳନ୍ତି।

ସୂଚନା ମୁତାବକ ଗତ ଦୋଳଯାତ୍ରା ଦିନ  ଯୁବତୀଙ୍କ  ସରଳତାର ସୁଯୋଗ ନେଇ ଘରେ କେହି ନଥିବା ବେଳେ ସମୟରେ ଜଟ ଗାଁ ବାଲିସାହିର ଯୁବକ ରତ୍ନାକର ମୁଣ୍ଡା ଘରକୁ ଆସି ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏକଥାକୁ ପୀଡିତା ଲୋକ ଲଜ୍ୟା ଭୟରେ କାହାକୁ କହି ନଥିଲେ । ତେବେ ପୀଡିତା ଗର୍ଭବତୀ ହେବା ପରେ କଥା ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ଲୋକେ ରତ୍ନାକର ମୁଣ୍ଡା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ବର୍ତ୍ତମାନ ଫେରାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.