ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ, ୨୧ ଗିରଫ

Published By : Prameya-News7 Bureau | October 18, 2020 IST

ଖଲ୍ଲିକୋଟ ୧୮।୧୦: ଗଂଜାମରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ । ଘଟଣାରେ ୨୧ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ପୋଲିସ ଚମାଖଣ୍ଡି, ଭଞ୍ଜନଗର ଏବଂ ଆସିକାର ୩ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି।

ଘଟଣାରେ ମୋଟ ୨୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ପାଖାପାଖି ୯୮ ହଜାର ଟଙ୍କା ଜବତ କରିଛି ପୋଲିସ । ୧୭ ଟି ମୋବାଇଲ୍ ଏବଂ ୧୨ ଟି ବାଇକ୍ ମଧ୍ୟ ଜବତ ହୋଇଛି । ଆସିକା ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ,୪୫ ହଜାର ଟଙ୍କା, ୮ଟି ମୋବାଇଲ୍ ଏବଂ ୪ ଟି ବାଇକ୍ ଜବତ କରିଛି । ଭଞ୍ଜନଗର ପୋଲିସ ୫ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଜବତ କରିଛି ୨୭ ହଜାରରୁ ଅଧିକ ଟଙ୍କା ।

ସେହିପରି ଚମାଖଣ୍ଡି ପୋଲିସ ୮ ଜଣକୁ ଗିରଫ ସହ ୨୫ ହଜାର ୩୩୦ ଟଙ୍କା, ୮ ଟି ବାଇକ୍ ସମେତ ୭ଟି ମୋବଇଲ ଫୋନ୍ ଜବତ କରିଛି ।ଆଗକୁ ଦଶହରା ଥିବାରୁ ଜ଼ିଲ୍ଲାରେ ଜୁଆ ଖେଳ ବଢ଼ିଛି । ଏହାକୁ ରୋକିବା ପାଇଁ ଗଞ୍ଜାମ ଏସ୍.ପି ବ୍ରିଜେଶ ରୟ ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.