ଗୁରୁବାରଠୁ ଯୋରନ୍ଦା ମେଳା, ଚଳଚଞ୍ଜଳ ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ

Published By : Prameya-News7 Bureau | February 22, 2024 IST

ଢେଙ୍କାନାଳ ୨୨।୦୨:  ଆଜିଠାରୁ ଯୋରନ୍ଦା ମେଳା ଆରମ୍ଭ । ଚଳଚଞ୍ଚଳ ହୋଇଉଠିଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦୀ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ସରିଛି ।

ମହିମା ପରମ୍ପରା ମୁତାବକ ବ୍ରାହ୍ମ ମୁହୂର୍ତ୍ତରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି। ଏହି ପୀଠରେ ସାରା ଭାରତ ବର୍ଷର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ। ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧ୍ୱନୀ ଜାଳିବେ ମହିମାସାଧୁ । ଏହି ଅବସରରେ ସନ୍ଧ୍ୟା ପରେ ମୁଖ୍ୟ ଗାଦୀ ମନ୍ଦିର ଚାରିଦ୍ୱାରରେ ସାରାବିଶ୍ୱର କଲ୍ୟାଣ ନିମନ୍ତେ ବିଶାଳକାୟ ଝ।ଡବତୀ ଜାଳିବେ ।

ଚଳିତ ବର୍ଷ ୨୨ ତାରିଖ ଉଭୟ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ପଡୁଥିବାରୁ ମହିମା ପରମ୍ପରା ମୁତାବକ ୨୨ ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୨୩ ତାରିଖରେ ଗୁରୁପୂର୍ଣ୍ଣିମା ବା ଅଗ୍ନିଉତ୍ସବକୁ ପାଳନ କରାଯିବ ବୋଲି ମହିମା ସତ୍ୟ ଧର୍ମ ସମାଜର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି । ତେବେ କୌପନୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଗତବର୍ଷ ଠାରୁ ଉଚ୍ଛେଦ ପରେ ସେମାନେ ପ୍ରସ୍ତାବିତ ମୁଖ୍ୟ ଗାଦୀ ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କର ଧୁନୀ ସ୍ଥାପନ କରିବେ । ଏହାସହ ଅଖଣ୍ଡ ବତୀ ମନ୍ଦିରରେ କୌପନୀ ଗୋଷ୍ଠୀ ଅଖଣ୍ଡ ଧୁନୀ ଜାଳିବା ସହ ଏହି ମଦିର ନିକଟସ୍ଥ ଜାଗାରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତ କରିଛନ୍ତି । ଏଠାରେ ମହିମା ସାଧୁମାନେ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫଳରେ ସମଗ୍ର ଦେଶବ୍ୟାପୀ ମହିମା ସାଧୁ ସନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦୀକୁ ଛୁଟି ଆସୁଥିବା ଦେଖିବାକୁ ମିଳୁଛି ।

ଏପଟେ ମେଳାରେ ଲକ୍ଷ ଲକ୍ଷ ଜନସମାଗମ ଓ ବ୍ୟବସାୟକୁ ଦୃଷ୍ଠିରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀମାନେ ମଧ୍ୟ ମେଳାରେ ସାମିଲ ହେବେ ।

wp:embed {"url":"https://www.prameyanews7.com/bhool-bhulaiyaa-3-triptii-dimri-replaced-kiara-advani/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhool-bhulaiyaa-3-triptii-dimri-replaced-kiara-advani/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.