ଝାରସୁଗୁଡା ବିମାନବନ୍ଦର ଉଦଘାଟନର ମାସେ ନ ପୂରୁଣୁ ବନ୍ଦ ହେଲା ବିମାନ ସେବା; ତୁରନ୍ତ ବିମାନସେବା ଆରମ୍ଭ ନକଲେ ଏୟାର ଓଡ଼ିଶାର ଲାଇସେନ୍ସ ହେବ ରଦ୍ଦ
24/10/2018 at 6:45 PM

ଝାରସୁଗୁଡା ୨୪/୧୦ : ଝାରସୁଗୁଡା ବିମାନବନ୍ଦର ଉଦଘାଟନ ର ମାସେ ନ ପୂରୁଣୁ ବନ୍ଦ ହେଲା ବିମାନ ସେବା। ଗତମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଧୁମଧାମରେ ଉଦଘାଟନ ହୋଇଥିଲା ଏହି ବହୁ ପ୍ରତୀକ୍ଷିତ ଓଡ଼ିଶାର ଦ୍ବିତୀୟ ବିମାନବନ୍ଦର। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ସମ୍ପର୍କରେ ବି ଆସିଲାନି ବିଭାଗୀୟ ନିର୍ଦ୍ଦେଶ। ଏପରିକି ଏୟାର ଓଡ଼ିଶାର ଉଡାଣ ଯୋଜନାରେ ବିମାନସେବା ଗତ ୬ ତାରିଖରୁ ବନ୍ଦ ହୋଇଛି। କୋୖଣସି ସୂଚନା ନଦେଇ ଏଭଳି କରାଯାଇ ଥିବାରୁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଛି। ଏୟାର ଓଡ଼ିଶା ତୁରନ୍ତ ବିମାନସେବା ଆରମ୍ଭ ନକଲେ ଲାଇସେନ୍ସ ରଦ୍ଦ କରିବାକୁ ଧମକ ଦିଆଯାଇଛି ।
Related Posts
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪୬ ବଖରା ଘର; ବାସହୀନ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023