ମାଆ ଶାରଳାଙ୍କ ପୀଠରେ ଚାଲିଛି ଝାମୁଯାତ୍ରା, ବ୍ରତ ସାରି ନିଆଁରେ ଚାଲିବେ ଘଟ ସେବକ

Published By : Prameya-News7 Bureau | April 14, 2023 IST

ଜଗତସିହଂପୁର ୧୪/୦୪: ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହିନ୍ଦୁ ନବ ବର୍ଷ । ଏହି ଦିନରେ ଆଜି ମାଆ ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁଯାତ୍ରା । ଏହି ଅବସରରେ ବିଭିନ୍ନ ଦେବାଦେବୀ ପୀଠ ଗୁଡିକ ଉତ୍ସବମୁଖର ହୋଇ ଉଠିଛି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠ ଝାମୁ ଯାତ୍ରାକୁ ନେଇ ହୋଇ ଉଠିଛି ଚଳଚଞ୍ଚଳ ।

ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା'ଶାରଳାଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି । ମଧ୍ୟାହ୍ନରେ ମା'ଶାରଳାଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ମଣିମୟ ବିମାନରେ ଆରୋହଣ କରି ଘଣ୍ଟ,ଘଣ୍ଟା, କାହାଳୀ,ଭେରୀ,ତୁରୀ,ବାଜାବାଣ ରୋସଣୀରେ ଶତାଧିକ ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ପ୍ରାକ୍ତନ ପୀଠ ନଣ୍ଡାଦେଉଳକୁ ଯାତ୍ରା କରିଥାନ୍ତି ।

ନଣ୍ଡାଦେଉଳ ସମ୍ମୁଖ ଚରଖି ପଡିଆରେ ମା'ଶାରଳାଙ୍କ ସମ୍ମୁଖରେ ହଜାର ହଜାର ଭକ୍ତଶ୍ରଦ୍ଧାଳୁଙ୍କ ଗହଣରେ ଜଳନ୍ତା ଅଗ୍ନିରେ ନୃତ୍ୟ କରି କରି ମା'ଶାରଳାଙ୍କ ଘଟ ସେବକମାନେ ନିଷ୍ଠା ଓ ପରାକାଷ୍ଠାର ପରିଚୟ ଦେଇ ମା'ଙ୍କ ଅପୂର୍ବ ମହିମାକୁ ମହିମାମଣ୍ଡିତ କରୁଥିବାର ନିଆରା ପରମ୍ପରା ଦେଖିବାକୁ ମିଳେ।ମା'ଶାରଳାଙ୍କ ଦର୍ଶନ ଓ ଝାମୁଯାତ୍ରା ଦେଖିବା ପାଇଁ ଦୂର ଦୁରନ୍ତର ରୁ ସହ ସହ ଶ୍ରଦ୍ଧାଳୁମ ନବବର୍ଷର ସଫଳତା ପାଇଁ ମା ଶାରଳାଙ୍କ ଦର୍ଶନ କରି କୃପା ଲାଭ କରିଥାନ୍ତି ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.