ପାରାଲମ୍ପିକ୍ ଖେଳାଳି ଦେବେନ୍ଦ୍ର ଝାଝରିୟା ଲଢିବେ ଲୋକସଭା ନିର୍ବାଚନ, ଟିକେଟ ଦେଇଛି ବିଜେପି

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ ୨।୩: ପଦ୍ମ ଭୂଷଣ ସମ୍ମାନୀତ ଜାଭେଲିନ୍‌ ଥ୍ରୋଅର ଦେବେନ୍ଦ୍ର ଝାଝରିୟାଙ୍କ ରାଜନୀତି ପ୍ରବେଶ ହୋଇଛି। ତାଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ଚରୁରୁ ଟିକେଟ୍ ଦେଇଛି। ଏହାର ଘୋଷଣା ପାର୍ଟି ଶନିବାର କରିଛି। ବିଜେପି ପ୍ରଥମ ପ୍ରାର୍ଥୀ ତାଲିକାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ମାନୀତ ଝାଝରିୟାଙ୍କୁ ଚୁରୁରୁ ପ୍ରାର୍ଥୀ କରାଯାଇଛି। ଦୁଇ ଥର ପାରାଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିୟା ଭାରତୀୟ ପାରାଲମ୍ପିକ୍ କମିଟି (ପିସିଆଇ)ର ମାର୍ଚ୍ଚ ୯ ତାରିଖରେ ହେବାକୁ ଥିବା ନିର୍ବାଚନରେ ଅଧ୍ୟକ୍ଷ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

{"id":916422,"sizeSlug":"full","linkDestination":"none"}

ଏହି ପଦବୀ ନିମନ୍ତେ ଝାଝରିୟାଙ୍କ ବ୍ୟତୀତ କେହି ଆବେଦନ କରି ନାହାନ୍ତି। ଏଣୁ ପିସିଆଇ ଅଧ୍ୟକ୍ଷ ରୂପେ ଝାଝରିୟା ନିର୍ବିରୋଧରେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ଦୀପା ମଲିକ ପିସିଆଇ ଅଧ୍ୟକ୍ଷା ଅଛନ୍ତି। ଦେବେନ୍ଦ୍ର ପଦ୍ମଭୂଷଣ ପାଇବାରେ ଦେଶର ପ୍ରଥମ ପାରା ଆଥଲେଟିକ୍। ସେ ଗତ ୩ ଅଲିମ୍ପିକ୍‌ରେ ଦେଶକୁ ମେଡାଲ ଦେଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ନିମନ୍ତେ ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଛି। ଝାଝରିୟା ରାଜସ୍ଥାନର ପ୍ରଥମ ଖେଳାଳି ଯାହାଙ୍କୁ ପଦ୍ମ ସମ୍ମାନ ମିଳିଛି।

{"id":916424,"width":839,"height":472,"sizeSlug":"full","linkDestination":"none"}

ସେ ଗତବର୍ଷ ଟୋକିଓ ପାରାଲମ୍ପିକ୍‌ରେ ସିଲଭର ମେଡାଲ ଜିତିଥିଲେ। ଏହା ପୂର୍ବରୁ ରିଓ ୨୦୧୬ ଓ ଏଥେନ୍ସ ୨୦୦୪ ପାରାଲମ୍ପିକରେ ସେ ଭାରତ ନିମନ୍ତେ ସ୍ୱର୍ଣ୍ଣ ବିଜୟୀ ହୋଇଥିଲେ। କ୍ରିଡା ଉପଲବ୍ଧି ଯୋଗୁ ଦେବେନ୍ଦ୍ରଙ୍କୁ ଖେଳ ଜଗତର ସର୍ବୋଚ୍ଚ ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ୨୦୦୪ରେ ପଦ୍ମଶ୍ରୀ ପୁରସ୍କାର ସ୍ପେଶାଲ ସ୍ପୋର୍ଟସ୍ ଆୱାର୍ଡ, ୨୦୦୫ରେ ଅର୍ଜୁନ ପୁରସ୍କାର, ରାଜସ୍ଥାନ ଖେଳ ରତ୍ନ, ମହାରଣା ପ୍ରତାପ ପୁରସ୍କାର, ୨୦୦୯ ଆରାବଳି ସମ୍ମାନ ଆଦିରେ ମଧ୍ୟ ସେ ସମ୍ବର୍ଦ୍ଧିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.