scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଉଜ ମୋଟି ହୋଇଗଲଣି….ମେସେଜ୍‌ ପରେ ଭଡକିଲେ ବୁମରାହଙ୍କ ସ୍ତ୍ରୀ, ଶୁଣାଇଲେ ଏମିତି କିଛି

13/02/2024 at 12:37 PM

ମୁମ୍ୱାଇ ୧୩/୦୨: ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜସ୍‌ପ୍ରିତ ବୁମରାହ । ନିଜର ସାଏ ଓ ସୋବର ଅନ୍ଦାଜ ପାଇଁ ସେ ସମସ୍ତଙ୍କ ଫେଭରିଟ୍ । ତାଙ୍କର ସ୍ତ୍ରୀ ସଞ୍ଜନା ଗଣେଷନ ବି ତାଙ୍କ ଭଳି ବେଶ୍ ପପୁଲାର । ଯଦିଓ ସେ କ୍ରିକେଟ ଖେଳନ୍ତିନି, କିନ୍ତୁ କ୍ରିକେଟ୍ ଦୁନିଆ ସହ ଜଡିତ । ଗୋଟିଏ ଉପସ୍ଥାପକ ଭାବେ ବେଶ୍ ଫେମସ ।

ଏବେ ସେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ସେଥିପାଇଁ ସେ କିଛିଦିନ ତାଙ୍କ କାର୍ଯ୍ୟ ଶୈଳୀରୁ ବିରତ ନେଇଛନ୍ତି । ନିଜର ମଦର ହୁଡ୍‌କୁ ଏନଜୟ କରୁଛନ୍ତି । ନିକଟରେ ସେ ଭାଲେଣ୍ଟାଇନ୍ ଡେକୁ ଦେଖି ଇନଷ୍ଟାଗ୍ରାମରେ ପ୍ରମୋସନାଲ ଭିଡିଓ ସେୟାର କରିଥିଲେ । ଏହି ପୋଷ୍ଟରେ ଦେଖିବା ପରେ ଫ୍ୟାନ୍ସ ମାନେ ତାଙ୍କ ବଡି ସେମିଂକୁ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଜଣେ ଫ୍ୟାନ୍‌ ତାଙ୍କ ମୋଟାପଣକୁ ନେଇ କମେଣ୍ଟ କରିଥିଲେ । କହିଥିଲେ ଭାବି ବହୁତ ମୋଟି ହୋଇ ଗୟି ହୋ । ଯାହାକୁ ଦେଖିବା ପରେ ଖୁବ ଭଡକିଥିଲେ ସଞ୍ଜନା ଗଣେଷଣ । ଟ୍ରୋଲରଙ୍କ ଜବାବ୍ ଦେବାକୁ ଯାଇ ବହୁତ କିଛି କହିଥିଲେ । ସଞ୍ଜନାଙ୍କ ଏହି କମେଣ୍ଟ ପରେ ଅନେକ ପ୍ରଶଂସକ ବି ସପୋର୍ଟ କରିବାକୁ ଆସିଥିଲେ ଆଗେଇ ।

କେହି କେହି କହିଥିଲେ ଯାହା କହିଛ ଭହୁତ ଭଲ କରିଛି । ଏଠାରେ କହିରଖୁ ଯେ, ବୁମରାହଙ୍କ ପତ୍ନୀ ପୋଶାରେ ଜଣେ ଟିଭି କମେଣ୍ଟେଟର । ୨୦୨୧ରେ ସେ ବୁମରାଙ୍କୁ କରିଥିଲେ ବିବାହ । ଉଭୟଙ୍କର ଗୋଟିଏ ପୁଅ ବି ଅଛି । ଗତ ବର୍ଷ ୪ ସେପ୍ଟେମ୍ୱରରେ ସେ ପିତାମାତର ଜନକ ହୋଇଥିଲେ ।

you can also read…

   Related Posts