ରାସ୍ତା ଖରାପ ଲାଗି ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ୨ କିମି ଭାରରେ ବୁହାହେଲେ ଗର୍ଭବତୀ ମହିଳା

Published By : Prameya-News7 Bureau | October 20, 2024 IST

କୋରାପୁଟ ୨୦।୧୦ : ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଭାରରେ ବୁହା ହେଲା ଗର୍ଭବତୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତ ମଭୁବିଶାଳୀ ଗାଁରୁ ଆସିଛି ଏପରି ଚିତ୍ର । 

ଖବର ଅନୁଯାୟୀ, ଗାଁ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁଠୁ ୨କିମି ଦୂରରେ ମାଳବିଶାଳି ଛକ ନିକଟରେ ଆମ୍ବୁଲାନ୍ସ ଗାଡିଟି ଅଟକି ଯାଇଥିଲେ । ଶେଷରେ ପରିବାର ଏବଂ ସ୍ଥାନୀୟ ଲୋକ ଏକ ଭାରରେ ଗର୍ଭବତୀଙ୍କୁ ବୁହାଇଥିଲେ । ଆଉ ୨ କିମି ଭାରରେ ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ ପୋତାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.