ଉପଖଣ୍ଡ ସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର, ତ୍ୱରିତ ସମାଧାନ ନେଇ ଆଲୋଚନା

Published By : Prameya-News7 Bureau | June 13, 2022 IST

ରାଇରଙ୍ଗପୁର ୧୩/୦୬: ଆଜି ବାମନଘାଟୀ ସଦରମହକୁମାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କ ସମସ୍ୟା ଗୁଡିକର ସମାଧାନ ତ୍ୱରାନ୍ୱିତ ପ୍ରକିୟାରେ ସମ୍ପାଦନ କରି ଜନସାଧାରଣଙ୍କୁ ଶିବିରର ସୁଫଳ ଦେବାକୁ ପରାମର୍ଶ ଦେଇଥିଲେ ।

ଉକ୍ତ ଶିବିରରେ ଅଭିଯୋଗକାରୀଙ୍କ ସମସ୍ୟା ମୁଖ୍ୟତଃ ଜମିଜମା ସମ୍ବନ୍ଧୀୟ, ରେଡ଼କ୍ରସ ପାଣ୍ଠିରୁ ସହାୟତା, ଆବାସ ଯୋଜନା, ଭତ୍ତା ପ୍ରଦାନ ଓ ଚିକିତ୍ସା ସହାୟତା ଇତ୍ୟାଦି ସମ୍ପର୍କିତ ମୋଟ ୬୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେ ମଧ୍ୟରେ ୪୨ ଟି ବ୍ୟକ୍ତିଗତ ଓ ୧୮ ଟି ସାମୁହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା ।

wp:gallery {"linkTo":"none"} /wp:gallery

୩ଟି ଅଭିଯୋଗ ତତ୍କାଳ ସମାଧାନ କରାଯାଇ ଜଣକୁ ୧୦ ହଜାର ଟଙ୍କା ଓ ଅନ୍ୟ ଜଣଙ୍କୁ ୫ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରା ଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ର ତୁରନ୍ତ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସବିଶେଷ ତଦନ୍ତ କରି ତଥା ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଧେଶ ଦିଆ ଯାଇଥିଲା ।

ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡ୍ୟାନଦେଓ ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ତଥା ପି. ଏ. ଆଇଟିଡିଏ ହେମନ୍ତ କୁମାର ସିଂଙ୍କ ସହିତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.