ସେନା ଗୁଳିରେ ୩ ଆତଙ୍କବାଦୀ ସଫା, ଟାର୍ଗେଟରେ ଥିଲା ଅମରନାଥ ଯାତ୍ରା

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ ୧୪/୦୬: ଜମ୍ମୁ-କାଶ୍ମୀରେ ଅମରନାଥ ଯାତ୍ରାକୁ ଟାର୍ଗେଟ୍ ପାଇଁ ଆସିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଶ୍ରୀନଗରର ବୋମିନାରେ ଏକ ଏକାଉଣ୍ଟରରେ ତିନି ଆତଙ୍କବାଦୀ ସଫା ହୋଇଛନ୍ତି । ଏହାସହ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଜଣ ଲଶ୍କର-ଏ-ତୋଏବାର ରହିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଦୁଇବର୍ଷ ଧରି କରୋନା ସଙ୍କଟ ପାଇଁ ଅମରନାଥ ଯାତ୍ରା ବନ୍ଦ ଥିଲା । ଏବେ ଜୁନ୩ରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି । ଯାତ୍ରା ଉପରେ ଆତଙ୍କବାଦୀଙ୍କ ନଜର ରହିଛି । ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସି, ଗୁଇନ୍ଦା ବିଭାଗ ମଧ୍ୟ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆଲର୍ଟ ରହିଛି ।

wp:html /wp:html

ଜମ୍ମୁ-କାଶ୍ମୀର ଆଇଜିପି ବିଜୟ କୁମାରଙ୍କ କହିବାନୁସାରେ, ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ୩ ଜଣ ଆତଙ୍କବାଦୀ ଟଳିଛନ୍ତି । ସେମାନେ ଅମରନାଥ ଯାତ୍ରାରେ ଆକ୍ରମଣ ଉଦ୍ୟମ କରିଥାନ୍ତେ । କିନ୍ତୁ ତାପୂର୍ବରୁ ସେନା ନିପାତ କରିଛି । ନିହତ ଆତଙ୍କବାଦୀଙ୍କଠାରୁ ଦୁଇ ଏକ୪୭ ରାଇଫଲ, ୧୦ ମାଗାଜିନ୍ ଓ ଗୁଳି ଜବତ ହୋଇଛି ।

ସେ ଆହୁରି କହିଛନ୍ତି ଯେ, ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଅବ୍ଦୁଲା ଗୁଜରୀ । ତା ଘର ପାକିସ୍ତାନର ଫୈସଲାବାଦରେ ବୋଲି ଜଣାପଡିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.