ଶ୍ରୀନଗର ଜାମିଆ ମସଜିଦରେ ପୁରୁଷ ଏବଂ ମହିଳାଙ୍କ ଏକାଠି ବସିବା ଉପରେ ରୋକ, ଉଠାଇ ପାରିବେନି ଫଟୋ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ: ମସଜିଦ ପରିସରରେ ଫଟୋ ଉଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି ଜାମିଆ ମସଜିଦ । ଏହାସହ ଏହାର ପରିସରରେ ପୁରୁଷ ଏବଂ ମହିଳାଙ୍କ ଏକାଠି ବସିବା ଉପରେ ମଧ୍ୟ ରୋକ ଲଗାଇଛି ଶ୍ରୀନଗର ଜାମିଆ ମସଜିଦ । ମସଜିଦ ଚାରିପଟେ ଲଗାଯାଇଥିବା ବିଜ୍ଞପ୍ତିରେ ଅଜୁମନ ଓକଫ ସେଣ୍ଟ୍ରାଲ ମସଜିଦ କହିଛି ଯେ ଭିତରକୁ ଫୋଟୋଗ୍ରାଫି ଉପକରଣ ନେବାକୁ ମଧ୍ୟ ଅନୁମତି ନାହିଁ ।

ଏଥିରେ କୁହାଯାଇଛି ଯେ, ମସଜିଦ ପରିସରରେ ଫୋଟୋଗ୍ରାଫର ଏବଂ କ୍ୟାମେରାମ୍ୟାନ ପାଇଁ କୌଣସି ପ୍ରକାର ଫଟୋ ଉତ୍ତୋଳନକୁ ବ୍ୟାନ କରାଯାଇଛି । ଏପରି କି କୌଣସି ପ୍ରକାର ଉପକରଣ ମଧ୍ୟ ନେଇପାରିବେ ନାହିଁ । ଏହାସହ ମସଜିଦ ପ୍ରଶାସନ ଜାମିଆ ପରିସରକୁ ଖାଦ୍ୟ ସାମଗ୍ରୀ ନେବା ଉପରେ ମଧ୍ୟ ରୋକ ଲଗାଇଛି।

ନୂଆ ନିର୍ଦ୍ଦେଶ ଅନୁସାରେ, ମସଜିଦ ପରିସରରେ କେହି ମଧ୍ୟ ଖାଇ ପାରିବେ ନାହିଁ ଏବଂ କୌଣସି ପ୍ରକାର ଖାଦ୍ୟ ନେବା ପାଇଁ ଅନୁମତି ନାହିଁ । ଯଦି କୌଣସି ପର୍ଯ୍ୟଟକ ଏହାର ଅବମାନନା କରନ୍ତି ତେବେ ତାଙ୍କୁ ଗେଟ୍ ଅତିକ୍ରମ କରିବାକୁ ଦିଆଯିବ ନାହିଁ । ମସଜିଦ ପରିଚାଳନା କମିଟି ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.