Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଟିମ୍‌ରେ ପରିବର୍ତ୍ତନ; କରୋନା ପାଇଁ ବାଦ ପଡ଼ିଲେ ଏହି ଖେଳାଳି

30/06/2022 at 5:35 PM

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳିବା ପାଇଁ ୧୧ ଜଣିଆ ଟିମ୍ ଘୋଷଣା କରିଛି ଇଂଲଣ୍ଡ। ଜୁଲାଇ ୧ ତାରିଖରେ ଏଜବେଷ୍ଟନରେ ମ୍ୟାଚ୍ ଖେଳାଯିବ। ତା ପୂର୍ବରୁ ଟିମ୍ ଘୋଷଣା କରିଛି ଦଳ। ଟିମ୍‌ରେ ଜେମ୍ସ ଆଣ୍ଡର୍ସନ ବି ସ୍ଥାନ ପାଇଛନ୍ତି। ସେହିପରି ୱିକେଟ୍ କିପର ଭାବରେ ସାମ ବିଲିଙ୍ଗସ୍ ସାମିଲ୍ କରାଯାଇଛି।  ବେନ୍ ଫୋକ୍ସ କରୋନା ପଜିଟିବ୍ ହେବା ପରେ ତାଙ୍କୁ ମ୍ୟାଚ୍‌ରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସାମ ବିଲିଙ୍ଗସ୍ ଟିମ୍‌ରେ ସ୍ଥାନ ମିଳିଛି।

କେବଳ ଫୋକ୍ସ ନୁହଁନ୍ତି ଟିମ୍‌ରୁ ଜେମି ଓଭରଟନ ବି ବାଦ ପଡ଼ିଛନ୍ତି। ଜେମ୍ସ ଆଣ୍ଡର୍ସନ ଦଳକୁ ଫେରିବା ପରେ ତାଙ୍କୁ ଟିମ୍‌ରୁ ହଟାଇ ଦିଆଯାଇଛି। ଜେମି ଓଭରଟନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଶେଷ ଥର ଟେଷ୍ଟ ମ୍ୟାଚ୍ ଖେଳି ୯୭ ରନ୍ କରିଥିଲେ। କିନ୍ତୁ ବୋଲିଂରେ ସେତେ ସଫଳ ହୋଇନଥିଲେ। ତାଙ୍କୁ ମାତ୍ର ଦୁଟି ୱିକେଟ୍ ମିଳିଥିଲା।  

ଖେଳାଯିବାକୁ ଥିବା ସିରିଜର ଶେଷ ମ୍ୟାଚ୍‌ ଗତବର୍ଷ ଖେଳାଯାଇଥିଲା। କରୋନା ପାଇଁ ଏହାକୁ ଅଧାରୁ ବନ୍ଦ କରିଦିଆ ଯାଇଥିଲା। ଏଥିରେ ଭାରତ ୨-୧ରେ ଆଗରେ ରହିଛି। ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ଶେଷ ମ୍ୟାଚ୍‌କୁ ଡ୍ର କିମ୍ବା ଜିତିବାକୁ ପଡ଼ିବ।

ଏପଟେ ଇଂଲଣ୍ଡ ମଧ୍ୟ ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଚାହିଁବ। ଆଣ୍ଡରସନ ୬୫୦ ୱିକେଟ୍ ନେବାରୁ ମାତ୍ର ଗୋଟିଏ ୱିକେଟ୍ ପଛରେ ରହିଛନ୍ତି। ଏହି ମ୍ୟାଚ୍‌ରେ ସେ ଏହି ରେକର୍ଡ କରିପାରିବେ। କ୍ୟାପ୍ଟେନ୍ ବେନ୍ ଷ୍ଟୋକ୍ସ ଇଂଲଣ୍ଡର ବୋଲିଂରେ ସହଯୋଗ କରିବେ।  

ଘୋଷଣା ହୋଇଥିବା ଇଂଲଣ୍ଡର ୧୧ ଜଣିଆ ଦଳ-
ଆଲେକ୍ସ ଲିସ, ଜ୍ୟାକ୍ କ୍ରାଓଲେ, ଓଲି ପୋପ୍, ଜୋ ରୁଟ, ଜନୀ ବେୟରଷ୍ଟୋ, ବେନ୍ ଷ୍ଟୋକ୍ସ(କ୍ୟାପ୍ଟେନ୍), ସାମ ବିଲିଙ୍ଗ୍ସ(ୱିକେଟ କିପର), ମାଥ୍ୟୁ ପଟ୍ସ, ଷ୍ଟୁଆର୍ଟ ବ୍ରଡ, ଜ୍ୟାକ ଲିଚ୍ ଓ ଜେମ୍ସ ଆଣ୍ଡରସନ।

   Related Posts