ଜଙ୍ଗଲରୁ ମିଳିଲା ଅଧାପୋଡ଼ା ମୃତଦେହ, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | June 01, 2023 IST

ଯାଜପୁର ୦୧।୦୬ : ଯାଜପୁର ଜିଲ୍ଲା ଟମକା ଥାନା ରଥପଦା ଛକ ନିକଟ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ମୃତଦେହଟି ପୁରୁଷ ନା ମହିଳାଙ୍କର ତାହା ସ୍ପଷ୍ଟ ହୋଇନଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

wp:embed {"url":"https://www.prameyanews7.com/balipatna-news-today-5/","type":"wp-embed","providerNameSlug":"prameya-news-7"}
https://www.prameyanews7.com/balipatna-news-today-5/
/wp:embed

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳେ ସ୍ଥାନୀୟ ଲୋକେ ଶୌଚ ହେବାକୁ ଯାଉଥିବା ସମୟରେ ଜଙ୍ଗଲ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖି ସେଠାକୁ ଯାଇଥିଲେ ଏବଂ ସେଠାରେ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିଥିଲେ। ପରେ ଏ ସମ୍ପର୍କରେ ଟମକା ପୋଲିସକୁ ଖବର ଦେଇଥିଲେ। ଟମକା ପୋଲିସ ଓ କଳିଙ୍ଗନଗର ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମ୍ କୁ ମଧ୍ୟ ଏନେଇ ଖବର ଦିଆଯାଇଛି।

wp:embed {"url":"https://www.prameyanews7.com/minor-girl-rescued-by-child-line-in-jaleswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/minor-girl-rescued-by-child-line-in-jaleswar/
/wp:embed

ତେବେ ଏହା ମୃତଦେହ ମିଳିବା ପଛର କାରଣ କଣ । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁ କାରଣ ସଠିକ୍‌ ଜଣାପଡିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/deepika-padukone-cozy-photos-with-ex-boyfriend-ranbir-kapoor/","type":"wp-embed","providerNameSlug":"prameya-news-7"}
https://www.prameyanews7.com/deepika-padukone-cozy-photos-with-ex-boyfriend-ranbir-kapoor/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.