ଦୁଇ ଦିନିଆ ରୁଷ ଗସ୍ତରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ମସ୍କୋରେ ସମକକ୍ଷ ସର୍ଗେଇ ଲାଭୋରଭଙ୍କ ସହ କଲେ ବୈଠକ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ନିଜର ଦୁଇ ଦିନିଆ ରୁଷ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି । ମଙ୍ଗଳବାର ମସ୍କୋରେ ନିଜ ରୁଷ ସମକକ୍ଷ ସର୍ଗେଇ ଲାଭରୋଭଙ୍କ ସହ ବୈଠକ କରିଛନ୍ତି । ଦୁଇ ନେତା ପରସ୍ପରର ଦ୍ୱିପାକ୍ଷିକ ହିତ, କ୍ଷେତ୍ରୀୟ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଏହି ସମୟରେ ଜୟଶଙ୍କର କହିଛନ୍ତି, ଚଳିତ ବର୍ଷ ଆମେ ପଞ୍ଚମ ଥର ଭେଟିଛୁ ଏବଂ ଏହି ଦୀର୍ଘ ଅବଧିର ସହଭାଗୀତା ପରସ୍ପରକୁ ଯେଉଁ ମହତ୍ୱ ଦିଅନ୍ତି, ତାହା ବହୁ ଗୁରୁତ୍ୱ ବହନ କରେ । ଏହି ସମ୍ୱାଦ ଆଗକୁ ମଧ୍ୟ ଜାରି ରହିବ । ୟୁକ୍ରେନ ଯୁଦ୍ଧ ଭିତରେ ଜୟଶଙ୍କର ଏବଂ ଲାଭରୋଭଙ୍କ ଏହା ହେଉଛି ଚତୁର୍ଥ ବୈଠକ । ଜୟଶଙ୍କର କହିଛନ୍ତି, ଦୁଇ ସରକାର ବିଭିନ୍ନ ପ୍ରସଙ୍ଗରେ ନିରନ୍ତର ସମ୍ପର୍କରେ ଅଛନ୍ତି।

ଅନ୍ୟପଟେ ଲାଭରୋଭ କହିଛନ୍ତି, ଅନ୍ତରାଷ୍ଟ୍ରୀୟ ସମୁଦାୟ ଯେଉଁ ପରିବର୍ତ୍ତନ ଦେଇ ଗତି କରୁଛି, ତାହା ସହ ଅର୍ଥବ୍ୟବସ୍ଥା, ବ୍ୟବସାୟ, ନିବେଶ, ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଏବଂ ରୁଷ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ କିପରି କାର୍ଯ୍ୟକାରୀ କରାଯିବ ତାର ଆକଳନ ଜରୁରୀ ।   

ଚଳିତ ବର୍ଷ ସେପ୍ଟେମ୍ୱର ୧୬ରେ ସମରସନ୍ଦରେ ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ହୋଇଥିଲା । ଏହି ଅବସରରେ ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ ବୋଲି ପିଏମ ମୋଦୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.