ଜେଲ୍‌ରେ ଅବସ୍ଥା ଶୋଚନୀୟ; ଡାକ୍ତରଖାନାରେ ଭର୍ତ୍ତି ହେଲେ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି। ତାଙ୍କର ଓଜନ ୩୫ କେଜି ଓଜନ ହ୍ରାସ ପାଇବା ପରେ ତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋମବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।   
ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନ୍ ବର୍ତ୍ତମାନ ତିହାର ଜେଲ୍‌ରେ ସଜା କାଟୁଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁଛି। ଜୈନ୍‌ଙ୍କ ଓକିଲଙ୍କ ସୂଚନା ଅନୁସାରେ ତାଙ୍କର ୩୫ କେଜି ଓଜନ ହ୍ରାସ ପାଇଛି। ନିକଟରେ ଜୈନ୍‌ ତାଙ୍କ ଜେଲ୍ କୋଠରୀ ଭିତରେ ନିଜକୁ ମାନସିକ  ବିଷାଦଗ୍ରସ୍ତ ଅନୁଭବ କରୁଥିବା ଅଭିଯୋଗ କରିଥିଲେ।

ଏହାପରେ ଜେଲ୍‌ ଭିତରେ ସେ ସାଇକୋଲୋଜିଷ୍ଟଙ୍କୁ ଦେଖାଇଥିଲେ। ଜୈନ ଲୋକଙ୍କ ଗହଣରେ ରହିବା ଦରକାର ଓ ସେମାନଙ୍କ ସହ କଥା ହେବା ଦରକାର ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।

ଏହାପରେ ସତ୍ୟୈନ୍ଦ୍ର ଜୈନ୍ ରହୁଥିବା ଜେଲ ନମ୍ବର ୭କୁ ଅନ୍ୟ ଦୁଇ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜୈନ ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ଚିଠି ଲେଖି ଜଣାଇଥିଲେ।

ସୂଚନା ଥାଉକି ମେ ୧୮ ତାରିଖରେ ସୁପ୍ରିମକୋର୍ଟ ଜୈନ୍‌ଙ୍କ ଜାମିନ ଆବେଦନରେ ଇଡିର ପ୍ରତିକ୍ରିୟା ଲୋଡ଼ିଥିଲେ। ଗତ ମାସରେ ଦିଲ୍ଲୀ ହାଇକୋର୍ଟ ଜୈନଙ୍କୁ ବେଲ୍ ଦେବାର ମନା କରିବା ପରେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। କହି ରଖୁଛୁ ଯେ ଗତବର୍ଷ ମେ ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ସତୈନ୍ଦ୍ର ଜୈନ୍‌ଙ୍କୁ ଗିରଫ କରାଯାଇଥିଲା।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.