ସୋଆ ସାହିତ୍ୟ ଉତ୍ସବ-୨୦୨୩, ମହାପ୍ରଭୁଙ୍କ ଭାବଧାରା- ଚେତନା-ନୀତିକାନ୍ତି ଆଦି ଉପରେ ସବିଶେଷ ଆଲୋଚନା

Published By : Prameya-News7 Bureau | November 25, 2023 IST

ଭୁବନେଶ୍ୱର ୨୫। ୧୧ : ସେ ଜ୍ଞାନମୟ, ବିଜ୍ଞାନମୟ, ଲୀଳାମୟ ଓ କଳାମୟ । ସେ ହେଉଛନ୍ତି ସର୍ବମୟ । ତାଙ୍କ ସଂସ୍କୃତି ବିଶ୍ୱମୟ । ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୩ର ଓଡ଼ିଆ ଅଧିବେଶନ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନାରୁ । ଏଥିରେ ବିଶିଷ୍ଟ ବିଦ୍ୱାନମଣ୍ଡଳୀ ଯୋଗଦେଇ ଆଲୋଚନାକାଳରେ ଏହି ମତ ପ୍ରକାଶ କରିଛନ୍ତି ।

ମହାପ୍ରଭୁଙ୍କ ଭାବଧାରା, ଚେତନା, ନୀତିକାନ୍ତି, ଦର୍ଶନ, ପରମ୍ପରା, ମନ୍ଦିର ନୃତ୍ୟ, ସଙ୍ଗୀତ, ବୈଜ୍ଞାନିକ ଦୃଷ୍ଟିକୋଣ, ମନ୍ଦିର ପ୍ରତିଷ୍ଠା ଉପରେ ବକ୍ତାମାନେ ସବିଶେଷ ଆଲୋଚନା କରିଥିଲେ । ବରିଷ୍ଠ ଲେଖକ ଶୈଳଜ ରବି ବାସ୍ତବଧର୍ମୀ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ କହିଥିଲେ । ପଣ୍ଡିତ ଗୋପାଳକୃଷ୍ଣ ଦାଶ ମନ୍ଦିରର ପୂଜାର୍ଚ୍ଚନା ଓ ବିଧିବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡ. ଅସିତ ମହାନ୍ତି ମନ୍ଦିର ସେବା ପରମ୍ପରାରେ ନୃତ୍ୟ, ସଙ୍ଗୀତ ଓ ବାଦ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଡ. ଭୂବନାନନ୍ଦ ଅଧିକାରୀ କୃଷି, ପରିବେଶ, ସାମାଜିକ ବିଜ୍ଞାନ ତଥା ବୈଜ୍ଞାନିକ ତତ୍ତ୍ୱ ସହ ମହାପ୍ରଭୁଙ୍କୁ ଯୋଡ଼ିଥିଲେ । ଏହି ଅଧିବେଶରେ ବିଶିଷ୍ଟ ବାଗ୍ମୀ ପ୍ରଫେସର ହରେକୃଷ୍ଣ ଶତପଥୀ ଅଧ୍ୟକ୍ଷତା କରି ଶେଷରେ ବକ୍ତବ୍ୟରେ ମହାପ୍ରଭୁ ଏବଂ ତାଙ୍କ ସଂସ୍କୃତି ସର୍ବମୟ ବୋଲି କହିଥିଲେ ।

wp:embed {"url":"https://www.prameyanews7.com/union-health-ministry-on-rising-pneumonia-cases-in-china-says-closely-monitoring-outbreak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/union-health-ministry-on-rising-pneumonia-cases-in-china-says-closely-monitoring-outbreak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.