ଲକଡାଉନରେ ସଲମାନଙ୍କ ଜିମ୍ ଫଟୋ ସେୟାର କଲେ ଜ୍ୟାକଲିନ୍ : ସୋସିଆଲ ମିଡିଆରେ ଫଟୋ ଭାଇରାଲ୍
2/05/2020 at 4:59 PM

ମୁମ୍ବାଇ ୨/୫: ଲକଡାଉନ୍ ଯୋଗୁଁ ସଲମାନ୍ ଖାନ୍ ପରିବାର ସହ ନିଜ ପନଓ୍ବେଲ୍ ଫାର୍ମ ହାଉସରେ ଫସି ଯାଇଛନ୍ତି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ମଧ୍ୟ ତାଙ୍କ ଫାର୍ମ ହାଉସରେ ରହୁଛନ୍ତି। ଜ୍ୟାକଲିନ୍ ତାଙ୍କର ଏକ ଏପରି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହେଉଛି। ଫଟୋରେ ସଲମାନ୍ ଖାନ୍ ଓ୍ବାର୍କଆଉଟ୍ କରୁଥିବା ନଜର ଆସିଛନ୍ତି।
ଫଟୋରେ ସଲମାନ୍ ସର୍ଟଲେସ୍ ହୋଇ ଏକ୍ସରସାଇଜ କରୁଥିବା ଦେଖାଯାଉଛନ୍ତି। ସେ ନିଜ ଜବରଦସ୍ତ ବଡିକୁ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ତାଙ୍କର ଏହି ଫଟୋକୁ ଖୁବ୍ ପସନ୍ଦ କରାଯାଉଛି। ଏହି ଫଟୋକୁ ଜ୍ୟାକଲିନ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି,‘ଗିଫ୍ଟ ନା ବହୁତ ପରିଶ୍ରମ କରିଛ? ତାଙ୍କୁ ଲାଗୁଛି ସେ ପ୍ରତିଦିନ ନିଜ ପଦ ପାଇଁ ସମ୍ମାନ ବ୍ୟକ୍ତ କରନ୍ତି,ଯାହା ଈଶ୍ବର ତାଙ୍କୁ ଦେଇଛନ୍ତି। ଆହୁରି ମଧ୍ୟ ବହୁତ କିଛି ଆସିବା ପାଇଁ ଧନ୍ୟବାଦ। ସୁରକ୍ଷିତ ରୁହନ୍ତୁ।’

ଏହା ପୂର୍ବରୁ ସଲମାନ ଖାନ୍ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଗୋଟିଏ ପଟେ ସଲମାନ ଜିମରେ ନଜର ଆସୁଥିବାବେଳେ ତାଙ୍କ ପଛରେ ଜ୍ୟାକଲିନ୍ ତାଙ୍କ ପଛରେ ଫଟୋ କ୍ଳିକ୍ କରୁଥିବା ନଜର ଆସୁଥିଲେ। ସୋସିଆଲ ମିଡିଆରେ ଏହି ଫଟୋକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ।
