ନୂଆଦିଲ୍ଲୀ ୦୬/୦୫ : କରୋନା ମହାମାରୀ ସହ ଲଢ଼ୁଛି ବିଶ୍ବ । ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୩.୬୬ ନିୟୁତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୪୪ ଟପିଲାଣି । ଆମ ଦେଶରେ ସ୍ଥିତି ମଧ୍ୟ ଦିନକୁ ଦିନ ଉଦବେଗଜନକ ସ୍ଥିତି ଆଡକୁ ମୁହାଁଇଛି । ଏହି ମହାମାରୀ କବଳରୁ ବିଶ୍ବକୁ ଉଦ୍ଧାର କରିବା ପାଇଁ ଦିନରାତି ଭ୍ୟାକ୍ସିନର ପରୀକ୍ଷା ଚାଲିଛି । ଏହି ସମୟରେ ଇଟାଲି ବୈଜ୍ଞାନିକ ମାନେ ମଣିଷ ଶରୀରରେ କରୋନା ଭୂତାଣୁ ରୋକିବାରେ ସଫଳ ହୋଇଥିବା ଦାବି କରିଛନ୍ତି । ସାରା ବିଶ୍ବରେ ଏନେଇ ଯେତେ ଗବେଷଣା ହୋଇଛି ଇଲାଲୀ ବୈକ୍ଷାନିକ ମାନେଙ୍କ ଭ୍ୟାକସିନ୍ ସବୁଠାରୁ ଫଳପ୍ରଦ ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟୀକା ଆଶା ଛାଡ଼ି ଦେବା ଭଲ ବୋଲି କହିଛି .....
ମହାମାରୀ କରୋନାର ପ୍ରଥମ ସଫଳ ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ଇଟାଲୀର ଦାବି । ଏହି ଭ୍ୟାକସିନ୍ ମଣିଷ ଶରୀରରେ କରୋନା ଭୂତାଣୁକୁ ରୋକିବାରେ ସଫଳ ହୋଇଛି ବୋଲି ଇଟାଲୀର ସ୍ବାସ୍ଥ୍ୟ ବିଜ୍ଞାନୀ ମାନେ ଦାବି କରିଛନ୍ତି । ଟାକିସ୍ ନାମକ ଇଟାଲୀର ଏକ ମେଡିସିନ୍ କମ୍ପାନୀର ବୈଜ୍ଞାନିକ ଏହି ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି । ଏହି ଭ୍ୟାକସିନ୍ ମୂଷା ଶରୀରରେ ପ୍ରୟୋଗ କରାଯାଇଥିଲା । ଯାହାକି ଆଣ୍ଟିବଡ଼ି ତିଆରି କରିବାରେ ସକ୍ଷମ ହୋଇଛି । ତେଣୁ ଏହା ମଣିଷ ଶରୀରକୁ ଭୂତାଣୁ ସଂକ୍ରମଣ ହେବାକୁ ରୋକିପାରିବ । ଇଟାଲୀ ରାଜଧାନୀ ରୋମ୍ ର ସ୍ପାଲାଞ୍ଜାନି ଗବେଷଣା ଗାରରେ ଏହାର ପରୀକ୍ଷଣ କରାଯାଇଛି । ଇଟାଲୀୟ ନ୍ୟୁଜ୍ ଏଜେନ୍ ANSA ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ଭ୍ୟାକସିନ୍ କୁ ନେଇ ସାରା ବିଶ୍ବରେ ଯେତେ ଗବେଷଣା ହୋଇଛି ତାହା ଭିତରେ ଇଟାଲୀ ବୈଜ୍ଞାନିକଙ୍କ କରୋନା ଭ୍ୟାକସିନ୍ ସବୁଠାରୁ ଫଳପ୍ରଦ ହେବ ବୋଲି ଚର୍ଚ୍ଚା ହେଉଛି । ଇଟାଲୀର ଗବେଷକଙ୍କ ମତରେ ଏହି ଭ୍ୟାକସିନ୍ ଦ୍ବାରା ଶରୀରରେ ଏପରି ଆଣ୍ଟିବଡ଼ି ତିଆରି ହେବ ଯାହାକି କରୋନା ଭୂତାଣୁର ପ୍ରୋଟିନ୍ ବିରୋଧରେ କାର୍ଯ୍ୟ କରିବ । ବିଶେଷ କରି ଫୁସଫୁସ୍ ର କୋଷିକା ଗୁଡ଼ିକରେ ହିଁ ଏହା ସବୁଠୁ ଅଧିକ କାମ କରିବ । ଭ୍ୟାକସିନ୍ ପ୍ରସ୍ତୁତ କରିଥିବା ଟାକିସ କମ୍ପାନୀର ସିଇଓ ଲୁଇଗି ଔରିସିଚିଓ ଆନ୍ତର୍ଜାତିକ ସହଯୋଗ ଆଶା କରିଛନ୍ତି । ଫଳରେ ଟିକା ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇ ପାରିବ ...
ଏମିତିଏକ ସମୟରେ ଇସ୍ରାଏଲ ମଧ୍ୟ କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି । ଏହି ଟୀକାର ବିକାଶ ଏବେ ଚାଲିଛି ଏବଂ ଏହାର ପେଟେଣ୍ଟ ସହିତ ଉତ୍ପାଦନ ନେଇ ମଧ୍ୟ ଇସ୍ରାଏଲ ପ୍ରସ୍ତୁତ ହେଉଛି । କରୋନା ଭାଇରସର ଉପରେ ଗଭିର ଗବେଷଣା ପରେ ଏହି ଟୀକାର ବିକାଶ କରାଯାଉଛି । ବିଶେଷ କରି କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଣ୍ଟିବଡି ବିକାଶ କରାଯାଇଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନଫତାଲ୍ଲି ବେନେଟ ଦାବି କରିଛନ୍ତି । ତେବେ ଏହାର ମାନବୀୟ ପରୀକ୍ଷଣ ହୋଇଛି ନା ନାହିଁ ସେ ନେଇ ସ୍ପଷ୍ଟ ହୋଇନି ....
ସେପଟେ ଆମେରିକାର ଫିଜର କମ୍ପାନି ମଧ୍ୟ କରୋନା ଟୀକାର ମାନବୀୟ ପରୀକ୍ଷଣ କରିଛି । ଏହାଦ୍ବାରା ଖୁବଶୀଘ୍ର ଏକ ଆଣ୍ଟିବଡ଼ ଚିକିତ୍ସା ଉପଲବ୍ଧ ହୋଇପାପାରିବ ବୋଲି ଆଶା କରାଯାଉଛି। ଜର୍ମାନୀର ବାୟୋ ଏନଟେକ୍ ସହ ମିଳିତ ଭାବେ ଫିଜର କମ୍ପାନୀ ଟୀକା ପ୍ରସ୍ତୁତ କରିଛି । ମାନହଟ୍ଟନରେ ନ୍ୟୁୟର୍କ ୟୁନିଭର୍ସିଟିର ଗ୍ରସମାନ ସ୍କୁଲ ଅଫ୍ ମେଡିସିନ ଏବଂ ବାଲଟିମରରେ ମ୍ୟାରିଲ୍ୟାଣ୍ଡ ସ୍କୁଲ ଅଫ୍ ମେଡିସିନରେ ଏହି ଟୀକାର ପରୀକ୍ଷା କରାଯାଇଛି । ମାତ୍ର ୪ ମାସରେ ଏହି ଟୀକାର ପ୍ରି-କ୍ଲିନିକାଲ ଟେଷ୍ଟ ସହିତ ମାନବୀୟ ପରୀକ୍ଷା ପର୍ଯ୍ୟନ୍ତ ଆସିଛି । ପ୍ରଥମେ ଏହାକୁ ୧୮ରୁ ୫୫ ବର୍ଷିୟ ଭଲ୍ୟୁଣ୍ଟରଙ୍କ ନିକଟରେ ପରୀକ୍ଷା କରାଯାଇଛି। ପରେ ଏହାକୁ ୮୫ ବର୍ଷ ପର୍ଯ୍ୟନ୍ତ ବୟସ୍କ ଲୋକଙ୍କ ନିକଟରେ ପରୀକ୍ଷା କରାଯିବ । ଭ୍ୟାକସିନ୍ ପୟୋଗ କରାଯାଇଥିବା ଉକ୍ତ ଭଲ୍ୟୁଣ୍ଟିୟରଙ୍କ ସ୍ବାସ୍ଥ୍ୟା ବସ୍ଥା ଉପରେ ନଜର ରଖାଯାଇଛି । ଆସନ୍ତାମାସ ସୁଦ୍ଧା ଏହାର ଫଳାଫଳ ଜଣା ପଡ଼ିବ। ଏଥି ସହିତ ଜନସନ ଆଣ୍ଡ ଜନସନ, ମଡର୍ଣ୍ଣା ଭଳି ଆଉ କମ୍ପାନି ମଧ୍ୟ ଭାକ୍ସିନ ତିଆରି କରୁଛନ୍ତି । ଚୀନରେ ମଧ୍ୟ ଭିଟାମିନ ସି ଇଞ୍ଜେନକ୍ସ କରୋନା ରୋଗୀଙ୍କ ଦେବା ନେଇ ପରୀକ୍ଷା ନିରୀକ୍ଷା ଜୋରଦାର ହୋଇଛି । ଭିଟାମିନ୍ ସିର ଇଣ୍ଟ୍ରାଭେନସ ଲାର୍ଜ ଡୋଜ୍ ରୋଗୀ ଉପରେ ପରୀକ୍ଷା କରାଯାଉଛି ।...
ସାରା ବିଶ୍ବର ସ୍ବାସ୍ଥ୍ୟ ବିଜ୍ଞାନୀ କରୋନା ପାଇଁ କସରତ କରୁଥିବା ବେଳେ ଭାରତ ମଧ୍ୟ ପଛରେ ନାହିଁ । କରୋନା ଭାଇରସ୍ ବିରୋଧରେ ୩୦ରୁ ଊର୍ଦ୍ଧ୍ବ ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେଥିରୁ ଭାରତରେ ଅଳ୍ପ କେତୋଟି ଟିକା ଡାକ୍ତରୀ ପରୀକ୍ଷା ପର୍ଯ୍ୟାୟକୁ ଯିବ ବୋଲି ବିଶେଷଜ୍ଞ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଟାସ୍କ୍ ଫୋର୍ସ ବୈଠକରେ କହିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାଭାଇରସ୍ ଟୀକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଆଲୋଚନା କରିଛନ୍ତି । ଟୀକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । କରୋନା ଭାକ୍ସିନ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଏଥିରେ କିନ୍ତୁ ନିରାଶାର ସିଗ୍ନାଲ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ପାଇଁ କେବେବି ଭାକ୍ସିନ ବାହାରି ପାରିବ ନାହିଁ । ଯେମିତି ଏଚଆଇଭି ଏବଂ ଡେଙ୍ଗୁର କୌଣସି ଭାକ୍ସିନ ବାହାରିନି ସେହିଭଳି କରୋନାର ମଧ୍ୟ ଭାକ୍ସିନ ବାହାରି ପାରିବ ନାହିଁ।