ଗୁଜୁରାଟର ଝିଅ ନିତସା ମୁଲିୟାଶା ଇସ୍ରାଏଲ ସେନାରେ ସାମିଲ ହେଲେ

Published By : Prameya-News7 Bureau | June 19, 2021 IST

ଇସ୍ରାଏଲ ୧୯/୬ : ଇସ୍ରାଏଲରେ ଯେଉଁଠି ହମାସା ଆତଙ୍କି ସଂଗଠନକୁ ନେଇ ଯୁଦ୍ଧ ହେଉଛି, ସେଇଠି ଜଣେ ଭାରତୀୟ ଝିଅ ହିସାବରେ ସେନାରେ ସାମିଲ ହୋଇ ଆଣିଛନ୍ତି ଗର୍ବ । ତେଲ ଅବିବରେ ରହୁଥିବା ୨୦ ବର୍ଷୀୟା ନୀତସା ହେଉଛନ୍ତି ପ୍ରଥମ ଗୁଜରାଟୀ ଝିଅ । ଯିଏକି ଇସ୍ରାଏଲ ସେନାରେ ଯୋଗ ଦେଇଛନ୍ତି । ତାଙ୍କ ପିତା ଜିଭଭାଇ ମୁଲିୟାଶା କହିଛନ୍ତି ଯେ ଇସ୍ରାଏଲର ଶିକ୍ଷା ବ୍ୟବସ୍ଥା ହେତୁ ଏସବୁ ସମ୍ଭବ ହୋଇଛି ।

ନୀତସାଙ୍କ ବାପା କହିଛନ୍ତି ଯେ, ସ୍କୁଲ୍ ସମୟରେ ପିଲାମାନଙ୍କର ଦକ୍ଷତା ଯାଞ୍ଚ କରିବା ପାଇଁ ଅନେକ ପରୀକ୍ଷା କରାଯାଏ । ଯାହା ସେମାନଙ୍କୁ ସଠିକ୍ ପାଠ୍ୟକ୍ରମ ଏବଂ କ୍ୟାରିୟର ବାଛିବାରେ ସାହାଯ୍ୟ କରିଥାଏ । ରିପୋର୍ଟ ଅନୁଯାୟୀ, ନିତସାଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଏବଂ ଯୁଦ୍ଧକ୍ଷେତ୍ରରେ ବହୁମୁଖୀ କାର୍ଯ୍ୟକଳାପ କରିବା ପାଇଁ ତାଲିମ ଦିଆଯାଇଛି ।

ତାଙ୍କ ପିତା କହିଛନ୍ତି ଯେ ଦୁଇ ବର୍ଷ ଚାରି ମାସର ତାଲିମ ସମାପ୍ତ ହେବା ପରେ ସୈନିକମାନେ ପାଞ୍ଚ ବର୍ଷ କିମ୍ବା ୧୦ ବର୍ଷର ଚୁକ୍ତିନାମା ସ୍ୱାକ୍ଷର କରିବେ । ଏହା ଅଧୀନରେ, ସେମାନେ ନିଜ ପସନ୍ଦ, ଇଞ୍ଜିନିୟରିଂ, ମେଡିସିନ୍ କିମ୍ବା ଅନ୍ୟାନ୍ୟ ଯୋଗ୍ୟତା ଆଧାରରେ ଚୟନ କରିପାରିବେ । ଇସ୍ରାଏଲ୍ ସେନା ତାଙ୍କ ଶିକ୍ଷାର ସମସ୍ତ ଖର୍ଚ୍ଚର ଯତ୍ନ ନେଇଥିଲେ । ଜିଭଭାଇ କହିଛନ୍ତି ଯେ ତାଙ୍କ ଝିଅକୁ ଦୁଇ ବର୍ଷ ମଧ୍ୟରେ ଲେବାନନ୍, ସିରିଆ, ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ ମଧ୍ୟ ପୋଷ୍ଟ କରାଯାଇଛି ।

ଜିଭଭାଇ ମୁଲିୟାଶା କହିଛନ୍ତି ଯେ ନୀତସାର ସାନ ଭଉଣୀ ରିୟା ଦ୍ୱାଦଶ ପାସ୍ କରିବା ପରେ ଚଳିତ ବର୍ଷ ସେନାରେ ଯୋଗ ଦେଇଛନ୍ତି । ତାଙ୍କର ତାଲିମ ଏବେବି ଜାରି ରହିଛି । ସୂଚନା ଥାଉକି, ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଇସ୍ରାଏଲରେ ସାମରିକ ତାଲିମ ବାଧ୍ୟତାମୂଳକ । ସବୁ ଦିଗରୁ ଶତ୍ରୁମାନେ ଘେରି ରହିଥିବାରୁ ଏହି ସାମରିକ ତାଲିମ ଇସ୍ରାଏଲରେ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.