ପାରାଦୀପ ୩୧।୫: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଏକ ଜାହାଜରେ ଲୁହା ପ୍ଲେଟ ଲୋଡିଂ ସମୟରେ ଅଘଟଣ । ଲୋଡିଂ କ୍ରେନ୍ର ତାର ଛିଡି ଯିବାରୁ ଲୁହା ପ୍ଲେଟ ତଳକୁ ଖସିପଡିଥିଲା । ସୌଭାଗ୍ୟ ବଶତଃ ଏହା ବର୍ଥ ଉପରେ ଛିଡିଥିଲେ ମଧ୍ୟ ତଳେ ଥିବା ୨୫ରୁ ଉର୍ଦ୍ଧ୍ୱ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଯଦି ଏହି ଲୁହା ପ୍ଲେଟଟି ଜାହାଜ ଉପରେ ଛିଡ଼ି ପଡିଥାନ୍ତା ତେବେ ଜାହାଜର କ୍ଷତି ହୋଇଥାନ୍ତା ।
ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉନଥିବାରୁ ସାଧାରଣରେ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପିଆଇସିଟି କର୍ତ୍ତୃପକ୍ଷ କ୍ରେନ ଗୁଡ଼ିକର ସଠିକ୍ ମରାମତି ଏବଂ ରକ୍ଷଣାବେକ୍ଷଣ କରୁନଥିବାରୁ ଏଭଳି ଅଘଟଣ ଘଟିଛି । ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଶ୍ରମିକ ମାନଙ୍କ ଜୀବନକୁ ବାଜି ଲଗାଯାଉଛି ବୋଲି ଶ୍ରମିକ ମାନେ ଆସନ୍ତୋଷ ପ୍ରକାଶ କରିଛନ୍ତି ।
You Can Read:
ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ SIT ତଦନ୍ତ, ଇତ୍ମା ବିସ୍ଫୋରକ ଗୋଦାମରେ ଟିମ୍ର ଖୋଳତାଡ଼