ନୂଆଦିଲ୍ଲୀ, ୧୩|୦୮: ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ କରୁଛି । ଏହି ଅବସରରେ ସାରା ଦେଶରେ ଅମୃତ ମହୋତ୍ସବ ପାଳନ ହେଉଛି । ଭାରତ ସରକାରଙ୍କ ଦ୍ୱାରା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଚାଲିଛି । ଯେଉଁଥିପାଇଁ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ଯାଏଁ ଅନେକ ବ୍ୟକ୍ତି ନିଜନିଜ ଘରେ ତ୍ରିରଙ୍ଗା ଲଗାଉଛନ୍ତି । ସେଲିବ୍ରିଟିମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏଥିରେ ପୂର୍ବତନ କ୍ରିକେଟର ଇରଫାନ୍ ପଠାନଙ୍କ ନାଁ ବି ଯୋଡି ହୋଇଛି ।
ଇରଫାନ ପଠାନ ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ସମସ୍ତଙ୍କୁ ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ନିବେଦନ କରିଛନ୍ତି । ସେ ନିଜେ ଘରେ ତ୍ରିରଙ୍ଗା ଲଗାଇଛନ୍ତି । ଏହା ଭିଡିଓରେ ଦେଖିବାକୁ ମିଳିଛି ।
ସେ ଲୋକଙ୍କୁ ନିବେଦନ କରି ଲେଖିଛନ୍ତି ଯେ, ତ୍ରିରଙ୍ଗା ଆମର ଗର୍ବ ଓ ଗୌରବ । ସବୁ ଭାରତୀୟଙ୍କ ହୃଦୟରେ ତ୍ରିରଙ୍ଗା ଅଛି । ସମସ୍ତେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ସେ ଆହ୍ୱାନ କରିଛନ୍ତି ।
wp:html/wp:html#HarGharTiranga #IndependenceDay2022 pic.twitter.com/d9A9UWRaFZ
— Irfan Pathan (@IrfanPathan) August 12, 2022
ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତାଙ୍କ ପ୍ରଶଂସକଙ୍କୁ ଏହି ଭିଡିଓ ପସନ୍ଦ ମଧ୍ୟ ଆସିଛି । ସୂଚନାଯୋଗ୍ୟ, କ୍ରିକେଟରୁ ଅବସର ନେଲା ପରେ ସେ କମେଣ୍ଟ୍ରିରେ ଖୁବ୍ ଆକ୍ଟିଭ୍ ଅଛନ୍ତି । ଫ୍ୟାନ୍ସଙ୍କୁ ତାଙ୍କ ହିନ୍ଦୀ କମେଣ୍ଟ୍ରି ଖୁବ୍ ପସନ୍ଦ ଆସିଥାଏ । ତେବେ ସେ ପୁଣି ପଡିଆକୁ ଫେରିପାରନ୍ତି । କାରଣ ସେପ୍ଟେମ୍ବରରେ ଇଣ୍ଡିଆ ମହାରାଜା ଓ ଓ୍ୱାର୍ଲଡ୍ ଜାଏଣ୍ଟସ ମଧ୍ୟରେ ମୁକାବିଲା ହେବ । ଏଥିରେ ଇରଫାନଙ୍କୁ ଦେଖିବାକୁ ମିଳିପାରେ ।