ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ପାଞ୍ଚ ବର୍ଷ ଜେଲ

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଲୀ: ଇରାନରେ ଜାରି ହିଜାବ ବିରୋଧୀ ପ୍ରଦର୍ଶନ ମଧ୍ୟରେ ଦେଶର ପୂର୍ବତନ ରାଷ୍ଟ୍ରପତି ଅକବର ହାଶମୀ ରଫସଞ୍ଜାନୀଙ୍କ ଝିଅ ଫୈଜେହ ହାଶମୀଙ୍କୁ ପାଞ୍ଚ ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଛି । ହାଶମୀଙ୍କ ଆଇନଜୀବୀ ଏହି ସୂଚନା ଦେଇଛନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ବିରୋଧରେ ଥିବା ଅଭିଯୋଗ ବିଷୟରେ ସେ କୌଣସ ସୂଚନା ଦେଇ ନାହାନ୍ତି । ଇରାନର ସ୍ଥାନୀୟ ମିଡିଆ ଅନୁସାରେ, ତେହରାନର ସରକାରୀ ଓକିଲ ରଫସଞ୍ଜାନୀଙ୍କ ଝିଅଙ୍କୁ ଗତ ବର୍ଷ ସରକାର ବିରୋଧରେ ପ୍ରୋପାଗଣ୍ଡା ଅଭିଯୋଗରେ ଦୋଷୀ ବୋଲି କହିଥିଲେ ।

ଗତ ବର୍ଷ ସେପ୍ଟେମ୍ୱରରେ ଇରାନ ପୋଲିସର ହେପାଜତରେ ୨୨ ବର୍ଷର ଯୁବତୀ ମହସା ଅମିନୀଙ୍କ ମୃତ୍ୟୁ ପରେ ଦେଶରେ ବଡ଼ ବିରୋଧ ପ୍ରଦର୍ଶନ ହୋଇଥିଲା । ଦେଶରେ ଦଙ୍ଗା ବଢାଇବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଗିରଫ କରାଯାଇଥିଲା । ୧୯୭୯ କ୍ରାନ୍ତି ପରେ ଇରାନ ଶାସନ ପାଇଁ ସବୁଠୁ ବଡ଼ ଆହ୍ୱାନ ହୋଇଥିଲା । ଗତ ତିନି ମାସ ଧରି ଲଗାତାର ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଅନେକଙ୍କୁ ଗିରଫ କରାଯାଇଛି ଏବଂ କିଛି ଜଣଙ୍କୁ ଫାଶୀ ମଧ୍ୟ ଦିଆଯାଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.