scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିକ୍ଷୋଭ ରୋକିବାକୁ ହୀନ ପ୍ରୟାସ, ଇରାନ ବିଶ୍ବବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ଖାଦ୍ୟରେ ବିଷ ! ଅସୁସ୍ଥ ୧୨ଶହ ଛାତ୍ରଛାତ୍ରୀ

7/12/2022 at 1:14 PM

ନୂଆଦିଲ୍ଲୀ: ଇରାନରେ ସରକାରଙ୍କ ବିରୋଧରେ ବିକ୍ଷୋଭ ବନ୍ଦ କରିବାକୁ ହୀନ ପ୍ରୟାସ । ଧାରଣା ବନ୍ଦ କରିବାକୁ ଷଡ଼ଯନ୍ତ୍ର ରଚାଯାଇଛି । ହିଜାବ ବିରୋଧରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିବା ପ୍ରାୟ ୧୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ଜହର ଦିଆଯାଇଥିବା ଅଭିଯୋଗ ହୋଇଛି । ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇଛନ୍ତି ଛାତ୍ରୀମାନେ ।

ହିଜାବକୁ ନେଇ ଇରାନରେ ଚାଲିଛି ଆରପାର୍ ଲଢେଇ । ଆନ୍ଦୋଳନକାରୀ ପ୍ରଦର୍ଶନରେ ସରକାର ମୁଣ୍ଡ ନୁଆଁଇବା ପରିସ୍ଥିତି ହୋଇଛି । ଆଇନ ବଦଳିବ କି ନାହିଁ ଏହା ସ୍ପଷ୍ଟ ହୋଇନଥିବାବେଳେ ଇରାନ ସରକାର ଗଠନ କରିଥିବା ମୋରୈଲିଟି ପୋଲିସକୁ ଭାଙ୍ଗି ଦେଇଛନ୍ତି। ଅନ୍ୟପଟେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ ରୋକିବାକୁ ସରକାର ହୀନ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଛାତ୍ର ସଂଗଠନର ପ୍ରଦର୍ଶନର ଗୋଟିଏ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଯାଇଛନ୍ତି । ଖାଦ୍ୟରେ ବିଷକ୍ରିୟା ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ ଅଚେତ ହୋଇଯାଇଛନ୍ତି ।

ଇାରାନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନର ଅଭିଯୋଗ ମୁତାବକ । ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିଜାବ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିଲେ । ହେଲେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ରୋକିବାକୁ ହୀନ ପ୍ରୟାସ କରିଛନ୍ତି ସରକାର ।  ବିକ୍ଷୋଭର ଗୋଟିଏ ଦିନକ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ବିଷ ଦିଆଯାଇଥିବା ଅଭିଯୋଗ କରିଛି ଛାତ୍ର ସଂଗଠନ । ବିଷ କ୍ରିୟା ଯୋଗୁ ୧୨ଶହରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ଏହି ଘଟଣା ପରେ ଖରାଜମି ଓ ଅର୍କ ବିଶ୍ବବିଦ୍ୟାଲୟ ଛାତ୍ରମାନେ ହଷ୍ଟେଲର ଖାଦ୍ୟ ଖାଇବା ବନ୍ଦ କରିଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଦୁଷିତ ଜଳ ଯୋଗୁ ପିଲାମାନେ ଅସୁସ୍ଥ ହୋଇଛନ୍ତି ବୋଲି ସଫେଇ ଦେଇଛନ୍ତି ।

ଗତ କିଛି ଦିନ ହେଲା ହିଜାବକୁ ଇରାନରେ ବିରୋଧ ପ୍ରଦର୍ଶନ ହେଉଛି । କେବଳ ଇରାନ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ବିକ୍ଷୋଭ ହେଉଛି । ୨୨ବର୍ଷୀୟ ମହସା ଅମିନଙ୍କ ହାଜତ ମୃତ୍ୟୁ ପରେ ଆନ୍ଦୋଳନ ଜାରି ରହିଛି । ରିପୋର୍ଟ ଅନୁଯାୟୀ ପ୍ରାୟ ୪୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ।

   Related Posts