ଆଇପିଏସ ସ୍ତରରେ ଅଦଳବଦଳ, ଅଖିଳେଶ୍ୱର ସିଂହ ହେଲେ ଜଗତସିଂହପୁର ଏସ୍‌ପି

Published By : Prameya-News7 Bureau | July 09, 2021 IST

ଭୁବନେଶ୍ବର ୯/୦୭: ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ ଦେବଦତ୍ତ ସିଂହ । ତାଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ନିଯୁକ୍ତ କରିଛନ୍ତି ସରକାର ।

ଏହା ସହ ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ବରଗଡ଼ ଏସପି ଭାବେ ରାହୁଲ ଜୈନ ଏବଂ ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । ପିଏସ ମୀନାଙ୍କୁ ମିଳିଛି ମାଲକାନଗିରିର ଏସପି ଦାୟିତ୍ବ । ତେବେ ଜଗତସିଂହପୁର ଏସ୍‌ପି ପ୍ରକାଶ ଆରଙ୍କୁ ଭିଜିଲାନ୍ସରେ ନିଯୁକ୍ତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.