ବିକ୍ରି ହେଲେନି ଆଇପିଏଲ୍‌ର ମହଙ୍ଗା ଖେଳାଳି; ଷ୍ଟିଭ୍ ସ୍ମିଥ୍, ମନୀଷ ପାଣ୍ଡେ ଓ କରୁଣ ନାୟକ ଅନ୍‌ସୋଲ୍ଡ

Published By : Prameya-News7 Bureau | December 19, 2023 IST

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଦୁବାଇରେ ଚାଲିଛି । ୩୩୩ ଖେଳାଳିଙ୍କ ନାଁ ନିଲାମୀ ପାଇଁ ସର୍ଟଲିଷ୍ଟ କରାଯାଇଛି । ସବୁ ଟିମ୍‌ଙ୍କ ପାଖରେ ମୋଟ ୭୭ ସ୍ଲଟ୍ ବଳକା ରହିଛି । ଏପରିସ୍ଥିତିରେ ଅଧିକାଂଶ ଖେଳାଳି ବିକ୍ରି ହୋଇନପାରନ୍ତି । ଏହି ସୂଚୀରେ ଅନେକ ବରିଷ୍ଠ ଖେଳାଳିଙ୍କ ନାଁ ସାମିଲ ହୋଇପାରେ । ଆଜିର ନିଲାମୀରେ ଅଷ୍ଟ୍ରେଲିଆର ଅନୁଭବି ବ୍ୟାଟର ଷ୍ଟିଭ୍ ସ୍ମିଥଙ୍କୁ କୌଣସି ଟିମ୍ କିଣି ନାହାନ୍ତି ।

ସ୍ମିଥ୍ ଆଇପିଏଲରେ ପୁନେ ସୁପର ଜାଏଣ୍ଟ ଓ ରାଜସ୍ଥାନ ରୟାଲ୍ସ ପାଇଁ କ୍ୟାପ୍ଟେନ୍ସି କରିସାରିଛନ୍ତି । ସ୍ମିଥଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । କିନ୍ତୁ ଏଥର କୌଣସି ଟିମ୍ ସ୍ମିଥଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇ ନାହାନ୍ତି । ଆଇପିଏଲରେ ସ୍ମିଥ ମୋଟ ୧୦୩ ମ୍ୟାଚ୍‌ରେ ୩୪.୫୧ ହାରରେ ୨୪୮୫ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୨୮.୦୯ ରହିଛି ।

ଭାରତର ଅନୁଭବି ବ୍ୟାଟର ମନୀଷ ପାଣ୍ଡେଙ୍କୁ ବି କୌଣସି ଫ୍ରାଞ୍ଚାଇଜ୍ ନିଜ ଟିମରେ ସାମିଲ କରିନାହାନ୍ତି । ମନୀଷଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ଥିଲା । ଆଇପିଏଲରେ ୧୭୦ ମ୍ୟାଚ୍‌ରେ ସେ ୨୯.୦୭ ହାରରେ ୩୮୦୮ ରନ୍ କରିଛନ୍ତି । ମନୀଷ ଶର୍ମାଙ୍କ ଆଇପିଏଲ ଷ୍ଟ୍ରାଇକ୍ ରେଟ୍ ୧୨୦.୯ ରହିଛି । ଆଇପିଏଲରେ ମନୀଷ ପାଣ୍ଡେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପୁନେ ୱରିୟର୍ସ ଇଣ୍ଡିଆ, କୋଲକାତା ନାଇଟ୍ ରାଇଡର୍ସ, ମୁମ୍ୱାଇ ଇଣ୍ଡିଆନ, ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପାଇଁ ଖେଳି ସାରିଛନ୍ତି ।

ପଢନ୍ତୁ: ମିଚେଲ୍ ଷ୍ଟାର୍କ ହେଲେ IPL ଇତିହାସର ସବୁଠୁ ମହଙ୍ଗା ଖେଳାଳି, କିଛି ସମୟରେ ଭାଙ୍ଗି ଦେଲେ କମିନ୍ସଙ୍କ ରେକର୍ଡ

ଭାରତୀୟ ବ୍ୟାଟର କରୁଣ ନାୟର ମଧ୍ୟ ଏଥର ଅନସୋଲ୍ଡ ହୋଇଛନ୍ତି । ନାୟରଙ୍କ ବେସ୍ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା । ଆଇପିଏଲରେ ସେ ୭୬ଟି ମ୍ୟାଚ୍ ଖେଳିଛନ୍ତି । ସେ ୨୩.୭୫ ହାରରେ ୧୪୯୬ ରନ୍ କରିଛନ୍ତି । ଆରସିବି, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ, କେକେଆର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପାଇଁ ମ୍ୟାଚ୍ ଖେଳି ସାରିଛନ୍ତି ।

ଦକ୍ଷିଣ ଆଫ୍ରିକାର ରିଲେ ରୋସୋଙ୍କୁ ମଧ୍ୟ କୌଣସି ଟିମ୍ କିଣି ନାହାନ୍ତି । ତାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ରୋସୋ ଆଇପିଏଲରେ ମୋଟ ୧୪ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ୨୧.୮୩ ହାରରେ ୨୬୨ ରନ୍ କରିଛନ୍ତି । ଇଂଲଣ୍ଡର ୱିକେଟକିପର ବ୍ୟାଟର ଫିଲିପ ସଲ୍ଟ,, ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟର ଜୋଶ ଇଙ୍ଗଲି୍ସ, ଶ୍ରୀଲଙ୍କାର ୱିକେଟକିପର କୁସଲ ମେଣ୍ଡିସ ଓ ନ୍ୟୁଜିଲାଣ୍ଡର ଗ୍ରୁତ ବୋଲର ଲକି ଫର୍ଗୁସନଙ୍କୁ କୌଣସି ଟିମ୍ କିଣି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.