ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ଆରମ୍ଭ, ରଥଯାତ୍ରା ସରିବା ଭିତରେ ମରାମତି ଶେଷ ଲକ୍ଷ୍ୟ

Published By : Prameya-News7 Bureau | July 06, 2019 IST

ପୁରୀ ୬|୭: ଆଜିଠୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗର୍ଭଗୃହ ଯାଞ୍ଚ କାମ ଆରମ୍ଭ ହୋଇଛି ।  ରଥାଯାତ୍ରା ଶେଷ ହେବା ମଧ୍ୟରେ ମରାମତି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଗର୍ଭଗୃହରେ ପାଣି ଗଳୁଥିବା ଅଭିଯୋଗ ହୋଇଥିଲା ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଏସଆଇ ଓ କୋର କମିଟି ଯାଞ୍ଚ  କରି ୯ଦିନରେ ମରାମତି କାର୍ଯ୍ୟ ଶେଷ କରିବାକୁ କରିବାକୁ ଚେଷ୍ଟା କରାଯିବ । ଗର୍ଭଗୃହରେ ଥିବା ପ୍ରଥମ ମହଲା ,ଦ୍ୱିତୀୟ ମହଲା ସହ କାନ୍ଥ ଓ ଚଟାଣ ,କରବେଲ, ଷ୍ଟିଲକ୍ରସକୁ ଯାଂଚ କରାଯିବ ।ଏଥିପାଇଁ ଜଗମୋହନ ଓ ଷ୍ଟିଲ କରବେଲରେ ଲୁହାଭାର ଲଗାଯାଇଛି । ଏହା ସହ ବିଶେଷ କରି ବାୟୁଚଳାଚଳ ତଥା ଭେଣ୍ଟିଲେସନ ନେଇ ଗୁରୁତ୍ୱ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.