ଭାଣିଜୀ ବିବାହରେ ଷ୍ଟେଜରେ ନାଚୁଥିଲେ ମାମୁଁ, ହଠାତ୍ ଚାଲିଗଲା ଇଞ୍ଜିନିୟର୍‌ଙ୍କ ଜୀବନ...ଭିଡିଓ ଭାଇରାଲ

Published By : Prameya-News7 Bureau | May 11, 2023 IST

ଭିଲାଇ ୧୧/୦୫: ଷ୍ଟେଜରେ ନାଚୁଥିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟର ଇଞ୍ଜିନିୟର୍‌ ଦିଲୀପ ରାଉତକର । ତାଙ୍କର ଆକସ୍ମିକ ମୃତ୍ୟୁର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ । ଛତିଶଗଡ଼ର ଦଲ୍ଲୀ ରାଜହରାସ୍ଥିତ ଷ୍ଟିଲ ପ୍ଲାଣ୍ଟର ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିଲେ ସହକାରୀ ଇଞ୍ଜିନିୟର୍‌ ।

wp:html /wp:html

ବନ୍ଧୁ କେଶବ ଜାମ୍ବୁଲକର କହିବା ଅନୁଯାୟୀ ମେ ୪ ତାରିଖରେ ଦିଲୀପଙ୍କ ଭାଣିଜୀଙ୍କ ବିବାହ ଉତ୍ସବ ଥିଲା । ସେହିଦିନ ରାତି ପ୍ରାୟ ୧୨ଟାରେ ୫୨ ବର୍ଷୀୟ ଦିଲୀପ ଓ ତାଙ୍କ ସମ୍ପର୍କୀୟମାନେ ବରକନ୍ୟାଙ୍କ ସହ ଷ୍ଟେଜରେ ଧୁମ୍‌ ନାଚିଥିଲେ । ହେଲେ ବେଶି ସମୟ ରହିନଥିଲା ପରିବାରର ଖୁସି । ହଠାତ୍ ଦିଲୀପଙ୍କ ଛାତିରେ ହୋଇଥିଲା ଯନ୍ତ୍ରଣା । ହସ୍ପିଟାଲ ନେବାକୁ ଭାବିବା ପୂର୍ବରୁ ସେହିଠାରେ ତାଙ୍କର ଚାଲିଯାଇଥିଲା ପ୍ରାଣବାୟୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.