Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୨-୨୩ ଆର୍ଥିକ ବର୍ଷରେ ବଢ଼ିଛି କୋଇଲା ଆମଦାନୀ, କେବଳ ୧୧ ମାସରେ ବୃଦ୍ଧି ହୋଇଛି ୩୨ ପ୍ରତିଶତ

9/04/2023 at 6:44 PM

Coal Import

ନୂଆଦିଲ୍ଳୀ, ୦୯/୦୪: ଆର୍ଥିକ ବର୍ଷ ୨୦୨୨-୨୩ରେ ବଢ଼ିଛି କୋଇଲା ଆମଦାନୀ। ଏମଜଙ୍କସନ ତରଫରୁ ଜାରି ଏକ ରିପୋର୍ଟରେ ଏନେଇ ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ ଏହି ଆର୍ଥିକ ବର୍ଷର ପ୍ରଥମ ୧୧ ମାସ (ଏପ୍ରିଲ-ଫେବ୍ରୁଆରୀ)ରେ ହୋଇଥିବା କୋଇଲା ଆମଦାନୀ ୩୨ ପ୍ରତିଶତ ବଢ଼ି ୧୪.୮୫ କୋଟି ଟନ୍‌ରେ ପହଞ୍ଚିଛି। ଯାହାକି ୨୦୨୧-୨୨ ଆର୍ଥିକ ବର୍ଷରେ ସମାନ ଅବଧିରେ ୧୧.୨୩ କୋଟି ଟନ୍‌ ରହିଥିଲା।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍‌-ଫେବ୍ରୁଆରୀରେ କେବଳ କୋକିଂ କୋଇଲା ଆମଦାନୀ ୭.୬୯ ପ୍ରତିଶତ ବଢ଼ି ୫.୦୫ କୋଟି ଟନ୍‌ରେ ପହଞ୍ଚିଛି, ଯାହା ଗୋଟିଏ ବର୍ଷ ପୂର୍ବରୁ ସମାନ ଅବଧିରେ ୪.୬୮ କୋଟି ଟନ୍‌ ଥିଲା। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଅଣ-କୋକିଂ କୋଇଲାର ଆମଦାନୀ ୧.୧୬ କୋଟି ଟନ୍‌ ହୋଇଛି। ଯାହାକି ୨୦୨୨ ଫେବ୍ରୁଆରୀରେ ୯୪.୨ ଲକ୍ଷ ଟନ୍‌ ରହିଥିଲା। ଫେବ୍ରୁଆରୀ ୨୦୨୩ରେ କୋକିଂ କୋଇଲାର ଆମଦାନୀ ବଢ଼ି ୪୪ ଲକ୍ଷ ଟନ୍‌ରେ ପହଞ୍ଚିଥିଲା, ଯାହା ଫେବ୍ରୁଆରୀ ୨୦୨୨ରେ ୪୦.୩ ଲକ୍ଷ ଟନ୍‌ ରହିଥିଲା। ଇସ୍ପାତ ଉତ୍ପାଦନ ପାଇଁ କୋକିଂ କୋଇଲା ଏକ ମୁଖ୍ୟ କଞ୍ଚାମାଲ।

ସୂଚନାଥାଉ, ଭାରତ ଦୁନିଆାର ଶୀର୍ଷ ପାଞ୍ଚ କୋଇଲା ଉତ୍ପାଦକ ଦେଶରେ ସାମିଲ୍‌ ଅଛି। ଅବଶ୍ୟ କିଛି ଆବଶ୍ୟକତା ଆମଦାନୀ ଦ୍ବାରା ପୂରଣ କରିବାକୁ ପଡ଼ିଥାଏ। ଏମଜଙ୍କସନ ଟାଟା ଷ୍ଟିଲ୍‌ ଏବଂ ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ (SAIL)ର ବି2ବି ଇ-କମର୍ସର ସଂଯୁକ୍ତ ଉଦ୍ୟମ।

ଏମଜଙ୍କସନର ପ୍ରବନ୍ଧନ ନିର୍ଦ୍ଦେଶକ ବିନୟ ବର୍ମା କହିଛନ୍ତି ଘରୋଇ ଆବଶ୍ୟକତା ସହ ସମୁଦ୍ର ମାର୍ଗରେ ଆସୁଥିବା କୋଇଲା ଶସ୍ତା ପଡ଼ୁଥିବାରୁ ଭାରତୀୟ ବ୍ୟବସାୟୀ ଏବଂ ଉପଭୋକ୍ତା କୋଇଲା ଆମଦାନୀ କରୁଛନ୍ତି। ତେବେ ଷ୍ଟକ୍‌ ସ୍ଥିତି ଭଲ ରହିଥିବା କାରଣରୁ ଆଗାମୀ ମାସରେ କୋଇଲା ଆମଦାନୀରେ ହ୍ରାସ ହୋଇପାରେ ବୋଲି କହିଛନ୍ତି ବିନୟ ଶର୍ମା

   Related Posts