୧୦ ଦେଶରେ ବ୍ୟବହାର ହୋଇପାରିବ ଭାରତୀୟ ୟୁପିଆଇ: ପ୍ରବାସୀଙ୍କୁ ହେବ ସୁବିଧା
11/01/2023 at 10:41 PM

ନୂଆଦିଲ୍ଳୀ, ୧୧/୦୧: ବିଦେଶରେ ରହୁଥିବା ପ୍ରବାସୀଙ୍କ ପାଇଁ ଏକ ଭଲ ଖବର। ଏଣିକି ୟୁପିଆଇ ବ୍ୟବହାର ପାଇଁ ୧୦ ଦେଶର ପ୍ରବାସୀ ଭାରତୀୟଙ୍କୁ ନିଜ ଭାରତୀୟ ଫୋନ୍ ନମ୍ବର ଉପରେ ନିର୍ଭର କରିବାକୁ ପଡ଼ିବନାହିଁ। ପ୍ରବାସୀ ଭାରତୀୟ ଖୁବଶୀଘ୍ର ନିଜର ଅନ୍ତର୍ଜାତୀୟ ମୋବାଇଲ ନମ୍ବର ଦ୍ବାରା ମଧ୍ୟ ୟୁପିଆଇ ବ୍ୟବହାର କରିପାରିବେ। ଏହି ଦେଶଗୁଡ଼ିକ ହେଉଛନ୍ତି- ସିଙ୍ଗାପୁର, ଆମେରିକା, ଅଷ୍ଟେ୍ରଲିଆ, କାନାଡା, ହଂକଂ, ଓମାନ, କତାର, ସାଉଦି ଆରବ, ୟୁଏଇ ଏବଂ ବ୍ରିଟେନ୍।
ନାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଅନୁଯାୟୀ, ଅନ୍ତର୍ଜାଜୀୟ ମୋବାଇଲ୍ ନମ୍ବର ଦ୍ବାରାର ୟୁପିଆଇ ନେଣଦେଣ କରିପାରିବେ। ଏଥିପାଇଁ ସହଭାଗିତା ଥିବା ବ୍ୟାଙ୍କମାନଙ୍କୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ। ରୁପେ ଡେବିଟ୍ କାର୍ଡ ଏବଂ କମ୍ ମୂଲ୍ୟଥିବା ଭୀମ୍ ୟୁପିଆଇର ନେଣଦେଣକୁ ପ୍ରୋତ୍ସାହନ ଦେବା ପାଇଁ ବୁଧବାର ୨୬୦୦ କୋଟି ଟଙ୍କାର ଯୋଜନାକୁ ବୁଧବାର ମଞ୍ଜୁରୀ ହୋଇଛି।
ଅଧିକାରୀଙ୍କ ଅନୁଯାୟୀ, ଏହି ପଦକ୍ଷେପ ଦ୍ବାରା ଅନ୍ତର୍ଜାତୀୟ ଛାତ୍ର, ବିଦେଶରେ ରହୁଥିବା ପରିବାର ଏବଂ ସ୍ଥାନୀୟ ବ୍ୟବସାୟଙ୍କୁ ସାହାଯ୍ୟ ମିଳିବ। ଯୋଜନା ଅନୁଯାୟୀ, ବ୍ୟାଙ୍କମାନଙ୍କୁ ରୁପେ ଏବଂ ୟୁପିଆଇର ବ୍ୟବହାର ବଢ଼ାଇବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ।