ନିଜ କେଶରେ ୧୨ ହଜାର କିଲୋର ଡବଲ୍ ଡେକର୍ ବସ୍ ଟାଣି ଗିନିଜ୍ ୱାର୍ଲଡ ରେକର୍ଡ କଲେ ଭାରତୀୟ ମହିଳା

Published By : Prameya-News7 Bureau | January 04, 2022 IST

ନୂଆଦିଲ୍ଲୀ ୦୪/୦୧ : ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଜବ ଶକ୍ତି ଓ କଳା ପାଇଁ ନାଁ କରିଛନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏମିତି ଲୋକଙ୍କ ସାହସ ଓ କାମକୁ ଦେଖି ଲାଗେ ଯେମିତି ଏମାନେ ଅନ୍ୟ କେଉଁ ଦୁନିଆରୁ ଆସିଛନ୍ତି। ନିକଟରେ ଜଣେ ଭାରତୀୟ ମହିଳା ଏମିତି ଏକ କାରନାମା କରି ଦେଖାଇଛନ୍ତି ଯାହାପରେ ତାଙ୍କ ନାଁ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ମହିଳା ନିଜ କେଶରେ ୧୨ ହଜାର କିଲୋ ଓଜନର ଡବଲ ଡେକର ବସ ଟାଣିଛନ୍ତି।

{"id":569484,"width":749,"height":375,"sizeSlug":"full","linkDestination":"none"}

ପୁରୁଷ ହେଉ କିମ୍ବା ମହିଳା ସମସ୍ତେ ଚାହାନ୍ତି ଯେ ତାଙ୍କ କେଶ ମଜବୁତ ହେଉ। କିନ୍ତୁ ବର୍ତ୍ତମାନ ସମସ୍ତେ କେଶ ଉପୁଡିବା ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ଏଥିପାଇଁ ବହୁତ ଚିନ୍ତିତ ମଧ୍ୟ। କିନ୍ତୁ ଭାରତର ଆଶା ରାଣୀ ନିଜ କେଶରେ ଏମିତି କାରନାମା କରି ଦେଖାଇଛନ୍ତି ଯାହାକୁ ଦେଖି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି।

{"id":569485,"width":628,"height":354,"sizeSlug":"full","linkDestination":"none"}

ଗିନିଜ ୱାର୍ଲଡ ରେକର୍ଡର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଆଶାଙ୍କ କେଶ ରସି ଜରିଆରେ ବସରେ ବନ୍ଧା ଯାଇଛି ଓ ସେ ପୁରା ତାକତ ଲଗେଇ ବସକୁ ଟାଣୁଛନ୍ତି। ସେ ବହୁତ ଆରାମରେ ବସ ଟାଣୁଛନ୍ତି।

{"id":569486,"sizeSlug":"full","linkDestination":"none"}

ଆଶା ଇଟାଲୀର ମିଲାନରେ ଲୋ ଶୋ ଡି ରେକର୍ଡ ନାମକ ଶୋ'ରେ ଲଣ୍ଡନ ଡବଲ ଡେକର ବସକୁ ନିଜ କେଶରେ ଟାଣିଛନ୍ତି। ଏହାପରେ ତାଙ୍କୁ ଆଇରନ କ୍ୱିନ କୁହାଯାଉଛି। ଆଶା ନିଜ ନାଁରେ ୭ଟି ୱାର୍ଲଡ ରେକର୍ଡ କରିସାରିଛନ୍ତି। ସେ ଜଣେ ୱେଟ ଲିଫ୍ଟର। ୱେଟ୍ ଲିଫ୍ଟିଙ୍ଗ ସହ ଜଡିତ ତାଙ୍କର ଏହି କୌଶଳ ପାଇଁ ସେ ଏହି କାରନାମା କରିପାରିଛନ୍ତି। ଇନଷ୍ଟାଗ୍ରାମରେ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.