AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ମିଳିଲା ଆଡଭାନ୍ସ ଲାଇଟ୍ ହେଲିକପ୍ଟର ସ୍କ୍ୱାଡ୍ରନ, ଉପକୂଳ ସୁରକ୍ଷା ହେବ ମଜଭୁତ

1/12/2022 at 8:26 PM

ଚେନ୍ନାଇ ୧।୧୨: ଭାରତର ସମୁଦ୍ରସୀମାର ନିରିକ୍ଷଣକୁ ଅଧିକ ମଜଭୁତ କରିବା ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ଗୁରୁବାର ନୂଆ ଅସ୍ତ୍ର ମିଳିଛି। ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩ କୋଷ୍ଟାଲ ଗାର୍ଡରେ ସାମିଲ ହୋଇଛି। ଏହି ହେଲିକପ୍ଟରର ଏକ ସ୍କ୍ୱାଡ୍ରନକୁ ଚେନ୍ନାଇରେ ଅନୁଷ୍ଠିତ ଭବ୍ୟ ସମାରୋହରେ କୋଷ୍ଟାଲ ଗାର୍ଡରେ କମିଶନ କରାଯାଇଛି। ଏହି ହେଲିକପ୍ଟରର ଉପଯୋଗ ଦେଶର ସମୁଦ୍ର ସୀମାର ନିରୀକ୍ଷଣ ଲାଗି ହେବ।

ଏମକେ-୩ ହେଲିକପ୍ଟର ଦ୍ୱାରା ତାମିଲନାଡୁର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସାମରିକ ଓ ଆର୍ଥିକ ରୂପେ ଗୁରୁତ୍ୱପୂର୍ଣ୍ଣ ସ୍ଥଳର ସୁରକ୍ଷା କରାଯାଇ ପାରିବ। ତେବେ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି ଯେ ଏମକେ-୩ ହେଲିକପ୍ଟର ସୁରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭର ହେବାର ଏକ ବଡ ସଂକେତ। ଏଏଲଏଚ୍ ଏମକେ-୩ ହେଲିକପ୍ଟରର ନିର୍ମାଣ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) କରିଛନ୍ତି। ଏହା ଧ୍ରୁବ ହେଲିକପ୍ଟରର ନାଭାଲ ଭର୍ସନ। ଏହାକୁ ଉନ୍ନତ ରାଡାର ସହିତ ଇଲେକ୍ଟ୍ରୋ ଅପଟିକାଲ ସେନସର ଫୁଲ ଗ୍ଲାସ୍ କକପିଟ୍, ହାଇ ଇଣ୍ଟେନସିଟି ସର୍ଚ୍ଚ ଲାଇଟ୍ ଆଦି ଅତ୍ୟାଧୁନିକ ଉପକରଣରେ ସଜ୍ଜିତ କରାଯାଇଛି।

ଏହି ହେଲିକପ୍ଟର ଉଭୟ ଦିନ ଓ ରାତିରେ କାମ କରିପାରିବ। ଏହା ସହାୟତାରେ ରିଲିଫ ଓ ଉଦ୍ଧାର ଅଭିଯାନ ମଧ୍ୟ ଚଳାଯାଇପାରିବ। ଏଏଲଏଚ ଏମକେ-୩ ଏକ ମଲ୍ଟି ରୋଲ ହେଲିକପ୍ଟର। ଏହା ଦ୍ୱାରା ଆକ୍ରମଣ କରିବା ଲାଗି ଭାରି ମେସିନଗନ ଲଗାଇବାର ମଧ୍ୟ ସୁବିଧା ରହିଛି। ଏହାକୁ ଆମ୍ବୁଲାନ୍ସ ଭଳି ମଧ୍ୟ ଉପଯୋଗ କରାଯାଇ ପାରିବ। ଭାରତୀୟ ତଟ ରକ୍ଷକ ବଳକୁ ୧୬ଟି ଏଏଲଏଚ ଏମକେ-୩ ମିଳିବ। ତେବେ ଏହା ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବ ବୋଲି କୁହାଯାଇଛି।  

   Related Posts