ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ବେଣ୍ଟିଂ ସିରିଜ୍, ଆଜି ପ୍ରଥମ ମ୍ୟାଚ୍‌ : ରୋହିତଙ୍କ କ୍ୟାପଟେନ୍ସି ଓ କୋଚ୍ ଦ୍ରାବିଡ଼ଙ୍କ ଦିଗଦର୍ଶନରେ ପଡ଼ିଆକୁ ଓହ୍ଲାଇବେ ମେନ୍ ଇନ୍ ବ୍ଲୁ

Published By : Prameya-News7 Bureau | November 17, 2021 IST

ମୁମ୍ବାଇ ୧୭।୧୧: ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ଟି- ଟ୍ବେଣ୍ଟି ସିରିଜ୍ । ୨ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି- ଟ୍ବେଣ୍ଟି ସିରିଜ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ରାଜସ୍ଥାନ ଜୟପୁରରେ ଖେଳାଯିବ । ଏଥିପାଇଁ ୨ ଦଳ ଜୋରଦାର ପ୍ରାକ୍ଟିସ କରିଛନ୍ତି । ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ।

wp:html /wp:html

ତେବେ ଟିମ୍ ଇଣ୍ଡିଆ ନୂଆ କୋଚ୍ ଭାବେ ରାହୁଲ ଡ୍ରାବିଡ଼ଙ୍କର ଏହା ହେଉଛି ପ୍ରଥମ ସିରିଜ୍ । ତେଣୁ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଏହି ସିରିଜ୍ ରୁ ଓହରି ଯାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍। ସେ ନିଜ ଆଡ଼ୁ ଟି- ଟ୍ବେଣ୍ଟି ସିରିଜ୍ ରୁ ଓହରି ଯାଇଥିବା ବେଳେ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଉପରେ ଫୋକସ କରୁଥିବା ଜଣାପଡ଼ିଛି। ୱିଲିୟମସନଙ୍କ ଅନୁପସ୍ଥିତିରେ  ଦ୍ରୁତ ବୋଲର ଟିମ୍ ସାଉଦି ନ୍ୟୁଜିଲ୍ୟାଣ୍ଡର ନେତୃତ୍ୱ ନେବେ। କାୟଲ ଜେମିସନ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ଉଭୟ ଟି- ଟ୍ବେଣ୍ଟି ଓ ଟେଷ୍ଟ ସିରିଜ୍ ପାଇଁ ଉପଲବ୍ଧ ରହିବେ। ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ ସମସ୍ୟାରୁ ମୁକୁଳି ଟି- ଟ୍ବେଣ୍ଟି ସିରିଜ୍ ରେ ଉପଲବ୍ଧ ହେବେ ।

wp:html /wp:html

ସେହିପରି ଜୟପୁର ପରେ ୧୯ ତାରିଖରେ ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍ ଓ ୨୧ ତାରିଖରେ କୋଲକାତାରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ଏହାପରେ ୨୫ ନଭେମ୍ବରରେ ପ୍ରଥମ ଟେଷ୍ଟ ଓ ଡିସେମ୍ବର ୩ ତାରିଖରେ ୨ ଟେଷ୍ଟ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.