୨୩ ବର୍ଷର ବଦ୍ଲା, ୨୦୨୩ରେ ଶ୍ରୀଲଙ୍କାଠୁ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ
18/09/2023 at 11:53 AM

ମୁମ୍ବାଇ ୧୮।୦୯ : ଭାରତୀୟ ଟିମ୍ ରବିବାର ଦିନ ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ୍ ହୋଇଛି । ୨୦୨୩ ସଂସ୍କରଣରେ ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଛି ରୋହିତ ବାହିନୀ । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ମାତ୍ର ୧୫.୨ ଓଭରରେ ମାତ୍ର ୫୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଯାହାର ଜବାବରେ ଭାରତ ମାତ୍ର ୬.୧ ଓଭରରେ ବିନା କୌଣସି ଓ୍ୱିକେଟ୍ ହରାଇ ବିଜୟୀ ହୋଇଛି । ଏହାସହିତ ଭାରତୀୟ ଟିମ୍ ଶ୍ରୀଲଙ୍କା ଠାରୁ ୨୩ ବର୍ଷର ପୁରୁଣା ବଦ୍ଲା ନେଇଛି ।
ଖବର ଅନୁଯାୟୀ, ଏସିଆ କପ୍ ଫାଇନାଲରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫.୨ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା ଶ୍ରୀଲଙ୍କା । ଭାରତୀୟ ଟିମ୍କୁ ମାତ୍ର ୫୧ ରନ୍ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ଟିମ୍ । ଏହାର ଜବାବରେ ଭାରତୀୟ ଟିମ୍ ୬.୧ ଓଭରରେ ବିନା କୌଣସି ଓ୍ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଦେଇଥିଲା । ତେବେ ଭାରତୀୟ ଶ୍ରୀଲଙ୍କା ଠାରୁ ୨୩ ବର୍ଷର ବଦ୍ଲା ନେଇଛି ।
୨୩ ବର୍ଷ ତଳେ ମାନେ ୨୦୦୦ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଶାର୍ଜାହାରେ ଏହି ମୁକାବିଲା ହୋଇଥିଲା । ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍କୁ ୩୦୦ ରନ୍ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । କିନ୍ତୁ ସେତେବେଳେ ଭାରତୀୟ ଟିମ୍ ମାତ୍ର ୨୬.୩ ଓଭର ଖେଳି ୫୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଯାହାଫଳରେ ଶ୍ରୀଲଙ୍କା ଟିମ୍ ୨୪୫ ରନ୍ରେ ବିଜୟୀ ହୋଇଥିଲା । ସେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍ର କୌଣସି ବି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏହା ସବୁଠୁ କମ୍ ସ୍କୋର ଥିଲା ।
ଶେଷରେ ୨୦୨୩ ଏସିଆ କପ୍ରେ ବଦ୍ଲା ନେଇଛି ଟିମ୍ ଇଣ୍ଡିଆ । ମାତ୍ର ୫୦ ରନ୍ରେ ଶ୍ରୀଲଙ୍କା ଟିମ୍କୁ ଅଲ୍ଆଉଟ କରିଛି ଟିମ୍ ଇଣ୍ଡିଆ । ଯେଉଁ ଶ୍ରୀଲଙ୍କା ଦିନେ ଭାରତକୁ ୫୪ ରନ୍ରେ ଅଲ୍ଆଉଟ୍ କରିଥିଲା । ଆଉ ଆଜି ସେହି ଶ୍ରୀଲଙ୍କାକୁ ଭାରତ ୫୦ରନ୍ରେ ଅଲ୍ଆଉଟ୍ କରିଛି । ଏହିପରି ଭାବେ ୨୦୨୩ରେ ୨୩ ବର୍ଷର ବଦ୍ଲା ନେଇଛି ଟିମ୍ ଇଣ୍ଡିଆ ।
ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସବୁଠୁ କମ୍ ସ୍କୋର କରିଥିବା ଟିମ୍ :
ଶ୍ରୀଲଙ୍କା ବନାମ ଭାରତ ( ୫୦ ରନ୍), କଲମ୍ବୋ ୨୦୨୩
ଭାରତ ବନାମ ଶ୍ରୀଲଙ୍କା ( ୫୪ ରନ୍), ଶାର୍ଜାହ ୨୦୦୦
ଶ୍ରୀଲଙ୍କା ବନାମ ପାକିସ୍ତାନ (୭୮ ରନ୍), ଶାର୍ଜାହ ୨୦୦୨
ଓମାନ ବନାମ ନାମ୍ବିବ୍ୟା (୮୧ ରନ୍), ନାମ୍ବିବ୍ୟା ୨୦୧୯