oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ukraine russia war: ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ନିକଟରେ ରହିଛି ବଡ ସୁଯୋଗ, ଦୂର କରିବ ଦୁନିଆରେ ଖାଦ୍ୟ ସଙ୍କଟ !

5/03/2022 at 7:46 PM

ନୂଆଦିଲ୍ଲୀ ୦୫।୦୩: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ଯୁଦ୍ଧରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବଡ ଫାଇଦା ମିଳିପାରେ। ୟୁକ୍ରେନ ଏବଂ ରୁଷ ବୈଶ୍ଵିକସ୍ତରରେ ଗହମର ଏକ ଚତୁର୍ଥାଂଶ ଉତ୍ପାଦନ କରନ୍ତି। କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏମିତିରେ ଭାରତ ନିକଟରେ ଗହମ ରପ୍ତାନୀ କରିବାର ବଡ ସୁଯୋଗ ରହିଛି। ବିଶେଷଜ୍ଞଙ୍କ ମତରେ ସାଂପ୍ରତିକ ସ୍ଥିତିରେ ଭାରତକୁ ଯଥା ଶୀଘ୍ର ବ୍ୟାପକ ମାତ୍ରାରେ ଗହମ ଭଣ୍ଡାର ନିର୍ମାଣ କରିବା ଦିଗରେ ଗୁରୁତ୍ଵ ଦେବା ଉଚିତ୍।

ୟୁକ୍ରେନ ଏବଂ ରୁଷ ପରେ ଭାରତ ଦୁନିଆର ତୃତୀୟ ବଡ ଗହମ ରପ୍ତାନକାରୀ ଦେଶ। ସରକାରୀ ଅଧିକାରୀଙ୍କ ଅନୁଯାୟୀ, କେନ୍ଦ୍ର ସରକାର ନିଜର ରାଷ୍ଟ୍ରଦୂତଙ୍କୁ ବିଦେଶରେ ଗହମ ରପ୍ତାନୀ ପାଇଁ ଉଦ୍ୟମ ଆରମ୍ଭ କରିବାକୁ କହି ପାରନ୍ତି। ବର୍ତ୍ତମାନ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଲଢେଇ କାରଣରୁ ଅନ୍ତର୍ଜାତୀୟସ୍ତରରେ ଗହମର ମୂଲ୍ୟ ବୃଦ୍ଧି ଘଟିଛି। ପଶ୍ଚିମ ୟୁରୋପ, ତୁର୍କୀ ଏବଂ ଫିଲିପାଇନ୍ସ ରୁଷ ଏବଂ ୟୁକ୍ରେନଠୁ ବ୍ୟାପକ ପରିମାଣରେ ଗହମ ଆମଦାନୀ କରିଥାଆନ୍ତି। ତେଣୁ ଏମିତି ସ୍ଥିତିରେ ଭାରତ ନିକଟରେ ଗହମ ରପ୍ତାନୀ ବଢାଇବାକୁ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିସହ ଗହମ  ଭଣ୍ଡାର ବୃଦ୍ଧି କରିବାକୁ ଭାରତ ଉପରେ ମଧ୍ୟ ଚାପ ରହିବ।

ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ରୁଷ ଉପରେ ଅନେକ କଟକଣା ଲଗାଇଛନ୍ତି। ମିଳିତ ଜାତିସଂଘର ମହାସଭା ଏବଂ ମାନବାଧିକାର ପରିଷଦ ରୁଷ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇ ସାରିଛନ୍ତି। ତେଣୁ ରୁଷ ବର୍ତ୍ତମାନ ଦୁନିଆରେ ପ୍ରାୟତଃ ଏକ ଘରିଆ  ହୋଇ ଯାଇଛି। ତେଣୁ ଏମିତି ସମୟରେ ଗହମ ଯୋଗାଣକୁ ନେଇ ଅନେକ ଦେଶର ନଜର ଏବେ ଭାରତ ଉପରେ ରହିଛି।  ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟସ୍ତରରେ ଗହମ ଉତ୍ପାଦନ ୩୦ ପ୍ରତିଶତ ହ୍ରାସ ପାଇଛି।

   Related Posts