ନୂଆଦିଲ୍ଲୀ: ଚୀନ ବିରଳ ଖଣିଜ ପଦାର୍ଥ ରପ୍ତାନୀରେ ବ୍ୟାନ୍ ଲଗାଇବା ପରେ ଭାରତ ଏ ଦିଗରେ ସ୍ୱାବଲମ୍ବୀ ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ଭାରତ ଏହି ବିରଳ ଖଣିଜ ଚୁମ୍ବକର ଘରୋଇ ଉତ୍ପାନଦନ କରିବାକୁ ଯୋଜନା ଘୋଷଣା କରିଛି। ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ଶୁକ୍ରବାର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ କହିଛନ୍ତି ଯେ ବିରଳ ପୃଥିବୀ ଚୁମ୍ବକ ପାଇଁ ଘରୋଇ ଉତ୍ପାଦନ କ୍ଷମତା ପ୍ରତିଷ୍ଠା କରିବା ପାଇଁ ସରକାର ୧,୩୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଚୀନ ଭାରତକୁ ୭ ବିରଳ ଖଣିଜ ପାଦାର୍ଥ ଏବଂ ବିରଳ ଚୁମ୍ବକ ରପ୍ତାନୀରେ କଟକଣା ଲଗାଇବାରେ ଭାରତ ଏଗି ନିଷ୍ପତ୍ତି ନେଇଛନ୍ତି। କଟକଣାରେ ଚୀନ କିଛି ନୂଆ ନିୟମ ଯୋଡ଼ିଛି। ଅପଡେଟ୍ ହୋଇଥିବା ଚୀନ୍ ନିୟମାବଳୀ ଅନୁଯାୟୀ ରପ୍ତାନିକାରୀମାନଙ୍କୁ ଅନୁମତି ପାଇବା ଏବଂ ଡକ୍ୟୁମେଣ୍ଟେସନ୍ ପ୍ରଦାନ କରିବାକୁ। ଯେଉଁଥିରେ ସାମଗ୍ରୀଗୁଡ଼ିକ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେଉ ନାହିଁ କିମ୍ବା ଆମେରିକାକୁ ପୁନଃ ରପ୍ତାନୀ କରାଯିବ ନାହିଁ ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ।
ତେଣୁ ଭାରତ ଆଉ ଚୀନ ଉପରେ ନିର୍ଭର କରିବାକୁ ଚାହୁଁ ନାହିଁ। ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସଚିବ, କାମରାନ ରିଜଭି କହିଛନ୍ତି ଯେ ବିରଳ ପୃଥିବୀ ଚୁମ୍ବକ ପ୍ରକ୍ରିୟାକରଣ ପାଇଁ ଡ୍ରାଫ୍ଟ ଯୋଜନାକୁ ଆନ୍ତଃ-ମନ୍ତ୍ରାଳୟ ସମୀକ୍ଷା ପାଇଁ ପଠାଯାଇଛି। ଏଥିରେ ନୂଆ ନୀତି କାର୍ଯ୍ୟକାରୀ କରିବାରେ ସହଜ ହେବ।
ଭାରତ ବିରଳ ଖଣିଜ ପାଦାର୍ଥର ଅନୁସନ୍ଧାନ କରୁଛି
ଗତ ଆର୍ଥିକ ବର୍ଷରେ ଭାରତ ଚୀନ୍ରୁ ୫୪୦ ଟନ୍ ଚୁମ୍ବକ ଆମଦାନୀ କରିଥିଲା। ଏହା ୮୦ ପ୍ରତିଶତରୁ ଅଧିକ ହେବ। କିନ୍ତୁ ଏବେ କଠୋର ନିୟମ ହେବା ପରେ ଏ କ୍ଷେତ୍ରରେ ଏବଂ ସଂଘର୍ଷ କରୁଛି। ଚୀନ ସାରା ବିଶ୍ୱକୁ ୯୦ ପ୍ରତିଶତ ବିରଳ ଚୁମ୍ବକ ରପ୍ତାନୀ କରୁଛି। ଏହି ଚୁମ୍ବକଗୁଡ଼ିକ ଇଲେକ୍ଟ୍ରିକ ମୋଟର, ବ୍ରେକିଂ ସିଷ୍ଟମ, ସ୍ମାର୍ଟଫୋନ ଏବଂ ମିସାଇଲ ଗାଇଡାନ୍ସ ଟେକ୍ନୋଲୋଜୀ ସମେତ ବିଭିନ୍ନ କ୍ଷେତ୍ରର ପ୍ରୟୋଗ ହେଉଛି।
ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ ଚୀନ୍ ପାଖରେ ବିଶ୍ୱର ସର୍ବବୃହତ ବିରଳ ଖଣିଜ ପଦାର୍ଥର ଭଣ୍ଡାର ରହିଛି। ଯାହାର ପରିମାଣ ପ୍ରାୟ ୪୪ ମିଲିଅନ ଟନ୍। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ୬.୯ ନିୟୁତ ଟନ୍ ଗଚ୍ଛିତ ଖଣିଜ ସହ ତୃତୀୟ ସ୍ଥାନରେ ରହିଛି। ହେଲେ ଏଗୁଡ଼ିକର ଉତ୍ତୋଳନ ହୋଇପାରୁ ନଥିବାରୁ ଭାରତରୁ ଚୀନ ଉପରେ ନିର୍ଭର କରିବାକୁ ପଡ଼ିଛି। ରୟଟର୍ସର ରିପୋର୍ଟ ଅନୁସାରେ, କିଛି ଭାରତୀୟ କମ୍ପାନୀ ଚୁମ୍ବକ ଉତ୍ପାଦନରେ ଆଗ୍ରହ ପ୍ରକାଶ କରିଛନ୍ତି। ଅଟୋମୋଟିଭ୍ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ କମ୍ପୋନେଣ୍ଟ ନିର୍ମାତା ୟୁନୋ ମିଣ୍ଡା ସ୍ଥାନୀୟ ଚୁମ୍ବକ ଉତ୍ପାଦନ ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ବିଶେଷ ଆଗ୍ରହ ଦେଖାଇଥିବା ଖରବର ସାମ୍ନାରୁ ଆସିଛି।