ରାଜ୍ୟଗୋଷ୍ଠୀ କ୍ରୀଡା : କିଛି ସମୟ ପରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ଜିତିଲେ ପଦକ ପକ୍କା

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ ୦୬/୦୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଭାରତ ପ୍ରଥମ ସେମିରେ ଇଂଲଣ୍ଡକୁ ଭେଟିବ । ଏହି ମୁକାବିଲା ଭାରତୀୟ ସମୟାନୁସାରେ ଦିନ ୩ଟା ୩୦ରେ ଖେଳାଯିବ ।

ଯଦି ଭାରତ ଏହି ମ୍ୟାଚରେ ବିଜୟୀ ହୁଏ ତେବେ ଇତିହାସ ରଚିବ । ଏହାସହ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବ । ଫାଇନାଲରେ ପରାସ୍ତ ହେଲେ ଦଳକୁ ରୁପାରେ ସନ୍ତୁଷ୍ଟ ହେବାକୁ ପଡିବ ।

ତେବେ ହରମନପ୍ରିତ କୌରଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ପାଖରେ ସୁନା ଜିତିବାର ବଡ ସୁଯୋଗ ରହିଛି । ଏଥିପାଇଁ ଭାରତକୁ ଏବେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଜିତିବାକୁ ହେବ ।

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ

ଭାରତୀୟ ଟିମ୍ ଗ୍ରୁପ୍ ଏର ଦ୍ୱିତୀୟ ସ୍ଥାନରେ ରହିଥିଲା । ଇଂଲଣ୍ଡ ମଧ୍ୟ ଗ୍ରୁପ୍ ବିରେ ଦ୍ୱିତୀୟ ସ୍ଥାନରେ ଥିଲା । ଦ୍ୱିତୀୟ ସେମିଫାଇନାଲ ଉଭୟ ଗ୍ରୁପର ନମ୍ବର ଓ୍ୱାନ୍ ଟିମ୍ ମଧ୍ୟରେ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପରସ୍ପର ସହ ମୁହାଁମୁହିଁ ହେବେ । ଏହା ରାତି ୧୦ଟା ୩୦ରେ ଖେଳାଯିବ ।

ପଦକ ମୁକାବିଲା

ବ୍ରୋଞ୍ଜ୍ ପଦକ- ଅଗଷ୍ଟ ୭ ଦିନ ୨ଟା ୩୦

ସ୍ୱର୍ଣ୍ଣ ପଦକ- ରାତି ୯ଟା ୩୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.