ଦୁନିଆାର ଟପ୍-୨୦ ବିମାନ ବନ୍ଦରରେ ଗୋଟିଏ ବି ନାହିଁ ଭାରତର, ପ୍ରଥମ ସ୍ଥାନରେ ଏହି ଏୟାରପୋର୍ଟ...

Published By : Prameya-News7 Bureau | March 16, 2023 IST

ନୂଆଦିଲ୍ଲୀ, ୧୬/୦୩: ବିଶ୍ବର ଉତ୍ତମ ବିମାନ ବନ୍ଦର ତାଲିକା ପ୍ରକାଶିତ ହୋଇଛି। ସ୍କାଇଟ୍ରାକ୍‌ସ ଓ୍ବାର୍ଲ୍ଡ ଏୟାରପୋର୍ଟ ଆଓ୍ବାର୍ଡ୍ସ ୨୦୨୩ ବିଶ୍ବର ଟପ୍-୨୦ ଉତ୍ତମ ବିମାନ ବନ୍ଦର ତାଲିକା ଘୋଷଣା କରିଛି। ଯେଉଁଥରେ ସିଙ୍ଗାପୁରର ଚାଙ୍ଗୀ ବିମାନ ବନ୍ଦର ପୁଣି ଥରେ ଦୁନିଆର ସର୍ବଶ୍ରେଷ୍ଠ ଏୟାରପୋର୍ଟ ଟାଇଟଲ ହାସଲ କରିଛି। ଚାଙ୍ଗୀଙ୍କୁ ଦ୍ବାଦଶ ଥର ଦୁନିଆାର ସର୍ବଶ୍ରେଷ୍ଠ ଏୟାରପୋର୍ଟ ଘୋଷଣା କରାଯାଇଛି। ତେବେ ଏହି ତାଲିକାରେ ଭାରତର କୌଣସି ବି ବିମାନ ବନ୍ଦରର ନାମ ନାହିଁ।

{"id":759008,"sizeSlug":"full","linkDestination":"none"}

ସେହିପରି ସ୍କାଇଟ୍ରାକ୍‌ସ ଓ୍ବାର୍ଲ୍ଡ ଏୟାରପୋର୍ଟ ଆଓ୍ବାର୍ଡସ ୨୦୨୩ ରେ ଦୋହାର ହମଦ ଅନ୍ତର୍ଜାତୀୟ ବିମାନ ବନ୍ଦରରକୁ ଦ୍ବିତୀୟ ଏବଂ ଟୋକିଓର ହନେଡା ବିମାନ ବନ୍ଦରକୁ ତୃତୀୟ ସ୍ଥାନ ମିଳିଛି। ଆମେରିକାର ଗୋଟିଏ ବି ବିମାନବନ୍ଦର ଟପ୍ ୧୦ ରେ ସ୍ଥାନ ପକ୍କା କରିପାରିନାହାଁନ୍ତି। ପ୍ୟାରିସ୍‌ର ଏୟାରପୋର୍ଟ ପ୍ୟାରିସ୍‌ ଚାର୍ଲ୍ସ ଡି ଗଲ୍‌ ୟୁରୋପ୍‌ର ସର୍ବଶ୍ରେଷ୍ଠ ଏୟାରପୋର୍ଟ ଭାବରେ ରହିଛି। ଯାହା ୫ମ ସ୍ଥାନରେ ରହିଛି। ସିଆଟେଲ-ଟେକୋମା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ଆମେରିକାର ବିମାନ ଭାବରେ ୧୮ ତମ ସ୍ଥାନରେ ରହିଛି। ଗତ ବର୍ଷ ଏହା ୨୭ ତମ ସ୍ଥାନରେ ରହିଥିଲା।

ନ୍ୟୁୟର୍କର JFK ବିମାନ ବନ୍ଦର ୮୮ତମ ସ୍ଥାନକୁ ଖସିଛି। ଚୀନ୍‌ର ଶେନଝେନ ବିମାନ ବନ୍ଦର ଲଗାତାର ୩୧ ତମ ସ୍ଥାନରେ ପହଞ୍ଚିଛି। ଅଷ୍ଟେ୍ରଲିଆର ମେଲବର୍ଣ୍ଣ ବିମାନ ବନ୍ଦରରେ ୧୯ତମ ରାଙ୍କରେ ରହିଛି। ସେହିପରି ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନବମ ସ୍ଥାନକୁ ଖସି ୨୨ ତମ ସ୍ଥାନରେ ରହିଛି।

ଏଭଳି ରହିଛି ତାଲିକା:

୧. ଚାଙ୍ଗି (ସିଙ୍ଗାପୁର)

୨. ହମଦ୍ (ଦୋହା)

୩. ହାନେଡା (ଟୋକିଓ)

୪. ସିଓଲ୍ ଇଞ୍ଚନ୍

୫. ପ୍ୟାରିସ୍ ଚାର୍ଲ୍ସ ଡି ଗାଲ୍

୬. ଇସ୍ତାନବୁଲ

୭. ମ୍ୟୁନିକ୍‌

୮. ଜୁରିଖ୍‌

୯. ଟୋକିଓ ନରିତା

୧୦. ମାଡ୍ରିଡ ବାରଜାସ

୧୧.  ଭିଏନା

୧୨. ହେଲସିଙ୍କି-ଭାଣ୍ଟା

୧୩. ରୋମ୍ ଫିମିସିନୋ

୧୪. କପିଳେନ୍ଦ୍ର

୧୫. କାନସାଇ

୧୬. ସେଣ୍ଟ୍ରାୟର ନାଗୋୟା

୧୭. ଦୁବାଇ

୧୮. ସିଆଟେଲ୍-ଟାକୋମା

୧୯. ମେଲବୋର୍ଣ୍ଣ

୨୦. ଭାନକୋଭର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.