ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ FIH ପୁରୁଷ ପ୍ରୋ ଲିଗ୍ର ଶେଷ ଦିନର ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରତିପକ୍ଷ ଆୟରଲାଣ୍ଡକୁ ୪-୦ରେ ଏକତରଫା ମ୍ୟାଚ୍ରେ ହରାଇଛି। ଭାରତ ପକ୍ଷରୁ ୧୪ତମ ମିନିଟ୍ରେ ନୀଳକଣ୍ଠ ଶର୍ମା, ୧୫ତମ ମିନିଟ୍ରେ ଆକାଶଦୀପ, ୩୮ତମ ମିନିଟ୍ରେ ଗୁରଜନ୍ତ ସିଂ ଓ ୬୦ତମ ମିନିଟ୍ରେ ଜୁଗରାଜ ସିଂ ଗୋଲ୍ ଦେଇ ଭାରତକୁ ଜିତାଇଛନ୍ତି।
wp:heading {"level":4}Also read- ଲଗାତର ୨ ୱିକେଟ୍ ନେବା ପରେ ରେକର୍ଡ କଲେ ଅଶ୍ୱିନ: ଭାଙ୍ଗିଲା କୁମ୍ବଲେଙ୍କ ଦୀର୍ଘ ଦିନର ରେକର୍ଡ
/wp:headingଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ପ୍ରଥମ କ୍ୱାଟରରେ ଦୁଇଟି ପେନାଲଟି ପାଇଥିଲା ଆୟରଲ୍ୟାଣ୍ଡ। ହେଲେ ଏହାକୁ ଗୋଲ କରିବାକୁ ଦେଇନଥିଲେ ଭାରତୀୟ ଗୋଲ କିପର। ପ୍ରଥମ କ୍ୱାର୍ଟଟରରେ ଭାରତୀୟ ଦଳ ପେନାଲଟି କର୍ଣ୍ଣରକୁ ଗୋଲ ରେ ପରିଣତ କରିଥିଲା ଏବଂ ନୀଳକଣ୍ଠ ଶର୍ମା କରିଥିଲେ ପ୍ରଥମ ଗୋଲ ଏବଂ ଏହା ସାଙ୍ଗକୁ ସଙ୍ଗେ ସଙ୍ଗେ ଆକାଶ ଦୀପ ସିଂ ଙ୍କ ଦ୍ଵାରା ଫିଲଡ଼ ଗୋଲରେ ଭାରତ ଦୁଇ ଗୋଲରେ ଆଗୁଆ ରହିଥିଲା।
wp:html/wp:htmlGlory on the last frontier!
— Hockey India (@TheHockeyIndia) February 25, 2024
India conquers Ireland 4-0 in a dazzling final day of the FIH Pro League 2023/24 India leg, showcasing skill, spirit, and supremacy
India 🇮🇳 4 - Ireland 🇮🇪 0
Goal Scorers:
14' Sharma Nilakanta (PC)
15' Singh Akashdeep
38' Singh Gurjant
60' Singh… pic.twitter.com/P2oMwShfjq
ଆୟରଲ୍ୟାଣ୍ଡ ଦଳ ହାର ମାଣିନଥିଲା ଏବଂ ସଂଘର୍ଷ ଜାରି ରହିଥିଲା। ପେନାଲଟି ଷ୍ଟ୍ରୋକକୁ ଗୋଲରେ ପରିଣତ କରିପାରିନଥିଲେ ଆୟରଲ୍ୟାଣ୍ଡ ଦଳ। ତୃତୀୟ କ୍ୱାର୍ଟର ବେଳକୁ ଗୁରଜନ୍ତ ସିଂ ଙ୍କ ଦ୍ଵାରା ଫିଲଡ଼ ଗୋଲ ହୋଇଥିଲା ଏବଂ ୩-୦ ସ୍କୋରରେ ଆଗୁଆ ରହିଥିଲା ଭାରତ। ଶେଷ କ୍ୱାର୍ଟର ବେଳକୁ ଯୁଗରାଜ ସିଂ ଙ୍କ ଗୋଲ ରେ ଭାରତ ଦଳ ଚାରି ଗୋଲ ରେ ପହଞ୍ଚିଥିଲା। ଏଥିସହ ଭାରତ ଆୟରଲ୍ୟାଣ୍ଡ କୁ ୪ -୦ ଗୋଲରେ ପରାସ୍ତ କରିଛି।
ଆଜିର ମ୍ୟାଚ ବିଜୟୀ ପରେ ଆସନ୍ତା ସମସ୍ତ ମ୍ୟାଚ୍କୁ ଭଲ ଭାବରେ ଖେଳିବୁ ବୋଲି କହିଛନ୍ତି କ୍ୟାପଟେନ ହରମନ ପ୍ରୀତ। ମେ ମାସରେ ବେଲଜିୟମରେ ପ୍ରୋ ଲିଗ ଖେଳିବ ଭାରତ। ସେଠାରେ ଭଲ ପ୍ରଦର୍ଶନ ପାଇଁ ନୂଆ ପ୍ଲାନିଂ କରି ସମ୍ପୂର୍ଣ୍ଣ ଟିମକୁ ପ୍ରସ୍ତୁତ କରିବୁ ବୋଲି କହିଛନ୍ତି କ୍ୟାପଟେନ।