ଇସଲାମାବାଦ- ଭାରତ 'ଅପରେସନ ସିନ୍ଦୂର' ବେଳେ ପାକିସ୍ତାନର ନୂର ଖାନ୍ ସମେତ ଅନେକ ଏୟାରବେସ୍ରେ ଭୟଙ୍କର ଆକ୍ରମଣ କରି ଥିଲା। ଏହିସବୁ ଆକ୍ରମଣକୁ ଆରମ୍ଭରେ ପାକିସ୍ତାନ ମାନିବାକୁ ନାରାଜ ଥିଲା। କିନ୍ତୁ ଧିରେ ଧିରେ ସତ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଲାଗିଲା। ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ମାନି ଥିଲେ ଯେ , ବ୍ରହ୍ମୋସ ମିସାଇଲର ନୂର ଖାନ ଏୟାରବେସ୍ରେ ହୋଇଥିବା ହମଲାରେ ପାକିସ୍ତାନ ଦୋହଲି ଯାଇଥିଲା। ପାକିସ୍ତାନକୁ ପରମାଣୁ ହମଲାର ଭୟ ଘାରିଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ଙ୍କ ଜଣେ ଘନିଷ୍ଠ ସହଯୋଗୀ ଏବଂ ସ୍ୱତନ୍ତ୍ର ସହାୟକ ରାଣା ସାନାଉଲ୍ଲା ସ୍ୱୀକାର କରିଥିଲେ ଯେ, ଯେତେବେଳେ ନୂର ଖାନ ଏୟାରବେସ୍ରେ ବହ୍ମୋସ୍ ମିସାଇଲରେ ହମଲା କରାଯାଇ ଥିଲା , ସେତେବେଳେ ପାକିସ୍ତାନର ନେତୃତ୍ୱଙ୍କ ପାଖରେ ପେଲୋଡ ଅଛି ନା ନାହିଁ ତାହା ନିଷ୍ପତ୍ତି ନେବା ପାଇଁ ୩୦ ସେକେଣ୍ଡ ସମୟ ଥିଲା।
ପାକିସ୍ତାନୀ ଅଧିକାରୀ ସନାଉଲ୍ଲା ସାମ୍ୱାଦିକ ହାମିଦ ମିରଙ୍କ ସହ କଥାବାର୍ତ୍ତାରେ କହିଛନ୍ତି, ଯେବେ ଭାରତ ବ୍ରହ୍ମୋସ ମିସାଇଲ ଫାୟର କରିଥିଲା ଏବଂ ଏଠାରେ ନୂର ଖାନ ଏୟାରବେସ୍ରେ ମାଡ଼ ହୋଇଥିଲା , ପାକିସ୍ତାନର ଲିଡରଶିପ୍ଙ୍କ ପାଖରେ କେବଳ ୩୦ ସେକେଣ୍ଡର ସମୟ ଥିଲା ଏହାକୁ ବୁଝିବାରେ ଯେ, ଏହି ମିସାଇଲ ସହ କୌଣସି ପରମାଣୁ ପେଲୋଡ ତ ନୁହେଁ। ଏହି ୩୦ ସେକେଣ୍ଡରେ ହଁ ନା ନାହିଁ ନିଷ୍ପତ୍ତି ନେବା, କେତେ ବିପଜ୍ଜନକ କଥା ଥିଲା। ସେ ଭଲ କରିଛନ୍ତି ଯେ, ଏଥିରେ ପରମାଣୁ ପେଲୋଡ ନଥିଲା, କିନ୍ତୁ ଯଦି ଏହିଠାରେ କୌଣସି ଭୁଲ ବୁଝାମଣା ହୋଇ ଯାଇଯାନ୍ତା ଏବଂ ତୁରନ୍ତ କୌଣସି ଆକ୍ସନ ନିଆ ଯାଇ ଥାନ୍ତା ତ ପୂରା ଦୁନିଆ ପରମାଣୁ ଯୁଦ୍ଧକୁ ଚାଲି ଯାଇଥାନ୍ତା। ଯେଉଁ ଧ୍ୱଂସ ହୋଇଥାନ୍ତା , ଏହାର ଅନ୍ଦାଜ କରି ପାରିବା ନାହିଁ। ଏହି କାରଣରୁ ଡୋନାଲ୍ଡ ଟ୍ରମ୍ପ ଏକ ଭୂମିକା ନିଭାଇଛନ୍ତି ଏବଂ ପୂରା ଦୁନିଆକୁ ଏତେ ବଡ଼ ବିପଦରୁ ବଞ୍ଚାଇଛନ୍ତି ତ ତାଙ୍କର ପ୍ରଶଂସା କରାଯିବା ଉଚିତ୍। ହେଲେ ଭାରତ ସ୍ପଷ୍ଟ କରିଥିଲା ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା। ଉଭୟ ଦେଶରେ ଡିଜିଏମଓ ସ୍ତରୀୟ କଥାବାର୍ତ୍ତାରେ ଏହା ଉପରେ ସହମତି ହୋଇଥିଲା।
ଉଲ୍ଲେଖନୀୟ ଯେ, ୨୨ ଅପ୍ରେଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇ ଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଉତ୍ତେଜନାପୂର୍ଣ୍ଣ ହୋଇ ଯାଇ ଥିଲା। ଭାରତ ପାକିସ୍ତାନ ଠାରୁ ପ୍ରତିଶୋଧ ନେଇ ମେ’ର ଆରମ୍ଭରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା, ଏଥିରେ ପାକିସ୍ତାନ ଓ ପିଓକେର ଆତଙ୍କୀ ସ୍ଥାନକୁ ଟାର୍ଗେଟ୍ କରିଥିଲା ।