ନୂଆଦିଲ୍ଲୀ : ଭାରତର ବ୍ରହ୍ମୋସ ସୁପରସୋନିକ ମିସାଇଲର ଶକ୍ତିକୁ ବିଶ୍ୱ ଜାଣିଛି। କିଛି ବଛା ବଛା ଏୟାର ଡିଫେନ୍ସ ସିଷ୍ଟମ ହିଁ ଏହାକୁ ରୋକିବାରେ ସକ୍ଷମ ହେବ। ଅପରେସନ ସିନ୍ଦୂର ବେଳେ ଏହି ମିସାଇଲ ଦୁନିଆକୁ ନିଜର ଶକ୍ତି ପ୍ରଦର୍ଶନ କରି ସାରିଛି। ଏବେ ଖୁବ୍ ଶୀଘ୍ର ବ୍ରହ୍ମୋସର ହାଇପରସୋନିକ ଭାରିଆଣ୍ଟ ମଧ୍ୟ ଆସିବାକୁ ଯାଉଛି। ଚୀନ୍ରୁ ନେଇ ଆମେରିକା ଯାଏ ସମସ୍ତଙ୍କର ଏୟାର ଡିଫେନ୍ସ ସିଷ୍ଟମ ଏହି ମିସାଇଲ ଆଗରେ ଫେଲ୍ ମାରିବ। ସୂଚନା ଆଧାରରେ, ଭାରତ ଓ ରୁଷ୍ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରି ଦେଇଛନ୍ତି।
ବ୍ରହ୍ମୋସ୍ ଏୟରୋସ୍ପେସ୍ର ପୂର୍ବତନ ମହାନିର୍ଦ୍ଦେଶକ ଅତୁଲ ରାଣେ ରଶିଆ ଟୁଡେକୁ କହିଛନ୍ତିଯେ, ବ୍ରହ୍ମୋସ୍ ହାଇପରସୋନିକ ମିସାଇଲକୁ ନେଇ କାମ ଆରମ୍ଭ ହୋଇ ସାରିଛି। ସେ କହିଛନ୍ତି ଏହି ଦୁଇ ଦେଶ ଉକ୍ତ ପ୍ରୋଜେକ୍ଟରେ କାମ କରୁଛନ୍ତି। ଖୁବ୍ ଶୀଘ୍ର ବ୍ରହ୍ମୋସ୍ ହାଇପରସୋନିକ ମିସାଇଲ ଆମ ସାମ୍ନାକୁ ଆସିବ। କହି ରଖୁଛୁ କି, ବ୍ରହ୍ମୋସ୍ ମିସାଇଲର ନାଁ ଭାରତ ଓ ରୁଷ୍ର ଦୁଇଟି ନଦୀ ବ୍ରହ୍ମପୁତ୍ର ଓ ମୋସକଭାର ନାମ ଅନୁସାରେ ରଖାଯାଇଛି। ଉକ୍ତ ପ୍ରୋଜେକ୍ଟରେ ଡିଆରଡିଓର ୫୦.୫୦ ପ୍ରତିଶତ ଓ ରୁଷୀୟ କମ୍ପାନୀର ୪୯.୫୦ ପ୍ରତିଶତ ପାର୍ଟନରସିପ୍ ଅଛି।
ବ୍ରହ୍ମୋସ ହାଇପରସୋନିକ୍ ମିସାଇଲର ସ୍ପିଡ୍ ବିଷୟରେ ସରକାରୀ ସୂଚନା ତ ସାମ୍ନାକୁ ଆସି ନାହିଁ, ହେଲେ ବିଶେଷଜ୍ଞଙ୍କ ଅନୁସାରେ, ଏହା ଶବ୍ଦର ଗତି ଠାରୁ ୮ ଗୁଣ ଅଧିକ ଗତିରେ ଯାଇ ପାରିବ। ଏହା ବ୍ୟତୀତ ଏହାର ରେଞ୍ଜ ୧୫୦୦ କିଲୋମିଟରରୁ ଅଧିକ ହେବ। ଏଥିରେ କୁହାଯାଇ ପାରେ ଯେ, ପାକିସ୍ତାନ ଓ ଚୀନର ବଡ଼ ଅଞ୍ଚଳ ଏହାର ପରିସରରେ ରହିବ। ଏହାର ସ୍ପିଡ୍ Mach-8 କିମ୍ୱା Mach -9 ପର୍ଯ୍ୟନ୍ତ ହୋଇପାରେ। ଅର୍ଥାତ୍ ଏହା ୧୧୦୦୦ କିଲୋମିଟର ପ୍ରତି ଘଣ୍ଟା ଗତିରେ ବ୍ରହ୍ମୋସ ସୁପରସୋନିକ ମିସାଇଲ ଆକ୍ରମଣ କରିପାରେ।
ବ୍ରହ୍ମୋସ୍ ହାଇପରସୋନିକ ମିସାଇଲରେ ସ୍କ୍ରେମଜେଟ୍ ଇଞ୍ଜିନର ବ୍ୟବହାର କରାଯିବ। ଏହା ବାୟୁରେ ଏକ୍ସିଜେନକୁ ଗ୍ରହଣ କରି ଦୀର୍ଘ ସମୟ ଯାଏ ଉଡ଼ାଣ ଭରିବାରେ ସକ୍ଷମ ହେବ। ଏହା ବ୍ୟତୀତ ଏହି ମିସାଇଲର ଓଜନ ମଧ୍ୟ କମ୍ ହେବ, ଯେଉଁଥିରୁ ସହଜରେ ତେଜସ ବିମାନରୁ ମଧ୍ୟ ଏହାକୁ ଲଞ୍ଚ କରାଯାଇ ପାରେ। ଇସ୍ରାଏଲର ଆଇରନ ଡୋମ୍ ଏୟାର ଡିଫେନ୍ସ ସିଷ୍ଟମକୁ ଖୁବ୍ ଆଡଭାନ୍ସ ମନେକରାଯାଏ। ହେଲେ ଏଥିପାଇଁ ମଧ୍ୟ ବ୍ରହ୍ମୋସ୍ ହାଇପରସୋନିକ୍ ମିସାଇକୁ ରୋକିବା ମୁସ୍କିଲ ହୋଇଯିବ। ବ୍ରହ୍ମୋସ ପ୍ରୋଜେକ୍ଟକୁ ମଧ୍ୟ ଭାରତ ଓ ରୁଷ୍ ମିଶି ସଫଳ କରିଥିଲେ। ଏବେ ଏହା ବିଶ୍ୱର ସବୁଠୁ ଦ୍ରୁତ ସୁପରସୋନିକ କ୍ରୁଜ୍ ମିସାଇଲରେ ସାମିଲ ହୋଇ ପାରିଛି।
ବ୍ରହ୍ମୋସର ଏହି ଭର୍ସନରେ ଡିପ୍ ଇନସାଇଡ୍ ଟାର୍ଗେଟ୍ସକୁ ମଧ୍ୟ ଭେଦ କରାଯାଇ ପାରିବ। ଆଗାମୀ ସମୟରେ ଏହି ମିସାଇଲ ଭାରତର ସବୁଠୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ହେବ। ବୁଦ୍ଧିମତା କ୍ଷେତ୍ରରେ ମଧ୍ୟ ଏହି ମିସାଇଲ ନମ୍ୱର ୱାନ୍ ହେବ। ଏହା କେବଳ ଦ୍ରୁତ ଗତିରେ ନିଜର ଟାର୍ଗେଟ୍କୁ ଲକ୍ଷ୍ୟ ଭେଦ କରିବନ , ଏହାସହ ଖୁବ୍ ଜୋରରେ ଦିଗ ମଧ୍ୟ ପରିବର୍ତ୍ତନ କରି ପାରିବାରେ ସକ୍ଷମ ହେବ। ଆଡଭାନ୍ସ କଣ୍ଟ୍ରୋଲ ସିଷ୍ଟମ , ଷ୍ଟିଲଥ୍ ଫିଚର୍ସ ଓ ଡିଜାଇନ ଏହାକୁ ଆହୁରି ସ୍ୱତନ୍ତ୍ର କରିବ।