ପାଞ୍ଚ ମାସ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିବେ ବିରାଟ କୋହଲି, ଦ୍ଵିତୀୟ ମୁକାବିଲା ପୂର୍ବରୁ ନେଟ୍ସରେ ଝାଳବୁହା ଅଭ୍ୟାସ୍

Published By : Prameya-News7 Bureau | July 08, 2022 IST

ବର୍ମିଂହାମ: ପ୍ରାୟ ପାଞ୍ଚ ମାସ ପରେ ପୁଣି ଥରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। କୋହଲି ଶେଷ ଥର ଚଳିତ ବର୍ଷ ଫେବୃଆରୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍ ପରେ କୋହଲି ମାତ୍ର ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପ୍ରଦର୍ଶନ ସେତେଟା ସନ୍ତୋଷଜନକ ନଥିଲା। କୋହଲିଙ୍କୁ ଦକ୍ଷିଣ ଆଫ୍ରିକା ଏବଂ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଦଳର ଅଂଶ ନଥିଲେ। ମାତ୍ର ଏବେ ଦ୍ଵିତୀୟ ଟି-୨୦ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।

wp:html
/wp:html

ଇଂଲଣ୍ଡ ବିପକ୍ଷରେ ଶନିବାର ବର୍ମିଂହାମରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ବିରାଟ କୋହଲି ନେଟ୍ସରେ ଖୁବ୍ ବ୍ୟାଟିଂ ଅଭ୍ୟାସ୍ କରିଛନ୍ତି। ସେ ଶୁକ୍ରବାର ନେଟ୍ସରେ ଝାଳବୁହା ଅଭ୍ୟାସ୍ କରିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଇଂଲଣ୍ଡ ସହିତ ଦୁଇଟି ଟି-୨୦ କୋହଲିଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ କରୁଛି। କାରଣ ତାଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଟି-୨୦ ଦଳରେ ସ୍ଥାନ ପାଇବାକୁ ହେଲେ ଏବେ କୋହଲିଙ୍କୁ ରନ କରିବାକୁ ପଡିବ। ଅଢେଇ ବର୍ଷ ହେବ ତାଙ୍କ ବ୍ୟାଟରୁ ଶତକଟିଏ ଦେଖିବାକୁ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.