ଅପ୍ରେଲ ପହିଲାରୁ ବଦଳିଲା ଟ୍ୟାକ୍ସ ସ୍ଲାବ୍; ଇନକମ୍ ଟ୍ୟାକ୍ସ, ସେବା ଶୁଳ୍କ, ପେନସନ୍ ଆଦିରେ ନୂଆ ନିୟମ ଲାଗୁ
1/04/2023 at 12:58 PM

ନୂଆଦିଲ୍ଲୀ: ଅପ୍ରେଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ । ଅପ୍ରେଲ ପହିଲାରୁ ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ହେବାକୁଯାଉଛି । ନୂଆ ଟ୍ୟାକ୍ସ ସ୍ଲାବରେ ଡେଡ୍ ମିଚ୍ୟୁଆଲ୍ ଫଣ୍ଡ୍ ଶୁଳ୍କ ସହିତ ଯୋଡ଼ି ହୋଇଥିବା କିଛି ନିୟମ ପରିବର୍ତ୍ତନ ହୋଇଛି । ଯାହା ଆପଣଙ୍କ ଜୀବନ ଶୈଳିରେ ସିଧା ସିଧା ପ୍ରବାହ ପଡ଼ିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଫେବ୍ରୁଆରୀ ୧ ତାରିଖରେ ଆଗତ ହୋଇଥିବା ବଜେଟ୍ ଅନୁଯାୟୀ, ଅଜି ଠାରୁ ଅନେକ ସାମଗ୍ରୀ ଉପରେ ଟ୍ୟାକ୍ସ ପରିବର୍ତ୍ତନ ହେଉଛି।
ଟ୍ୟାକ୍ସ ସ୍ଲାବ୍: ନୂଆ ଟ୍ୟାକ୍ସ ସ୍ଲାବ୍ ଅନୁଯାୟୀ, ଅପ୍ରେଲ ୧ ତାରିଖରୁ ୭ଲକ୍ଷ ଟଙ୍କା ସଞ୍ଚୟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଚଳିତ ବଜେଟରେ ଏହାକୁ ୫ଲକ୍ଷ ଟଙ୍କାରୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଛଡ଼ା ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମଧ୍ୟ ଆରମ୍ଭ ହୋଇଛି । ଏହି ସେବା ଦ୍ବାରା ୭ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଆମଦାନୀ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ଏହା ସହିତ ନୂଆ ଆୟକର ବ୍ୟବସ୍ଥା ଡିଫଲ୍ଟ ଭାବେ ଲାଗି ହେବ ।
ଡେଟ୍ ମିଚ୍ୟୁଆଲ୍ ଫଣ୍ଡ: ଯଦି ଆପଣ ଡେଟ୍ ମିଚ୍ୟୁଆଲ୍ ଫଣ୍ଡରେ ନିବେଶ କରୁଛନ୍ତି, ତେବେ ଏହି ଖବରକୁ ଦେଖିନେବା ଜରୁରୀ ଅଟେ । ଏବେ ଡେଟ୍ ମିଚ୍ୟୁଆଲ୍ ଫଣ୍ଡ ଉପରେ ମିଳୁଥିବା ଋଣରେ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସ ଏବଂ ଇଣ୍ଡେକ୍ସନ ଫାଇଦା ଆଉ ରହିବ ନାହିଁ । ଡେଟ୍ ମିଚ୍ୟୁଆଲ୍ ଫଣ୍ଡରେ ମଧ୍ୟ ଫିକ୍ସ ଡିପୋଜିଟ୍ ଭଳି ଟ୍ୟାକ୍ସ ହିସାବ ହେବ । ଏହା ଉପରେ ମିଳୁଥିବା ଲାଭରେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ ଭଳି ଶୁଳ୍ପ ଲାଗିବ । ତେଣୁ ଏଥିରେ ନିବେଶ କରୁଥିବା ଲଙ୍ଗ ଟର୍ମ ନିବେଶ ଉପରେ ଅଧିକ ଲାଭ ମିଳିବ ନାହିଁ ।
ଜୀବନ ବୀମା: 5ଲକ୍ଷ ବାର୍ଷିକ ପ୍ରିମିୟମ ଠାରୁ ଅଧିକ ପଲିସି ଉପରେ ଟ୍ୟାକ୍ସ ଛାଡ଼ ବ୍ୟବସ୍ଥାକୁ ଶେଷ କରି ଦିଆଯିବ । ସେହିପରି ଅପ୍ରେଲ ୧ ତାରିଖ ୨୦୨୩ ପରେ ସମସ୍ତ ଜୀବନ ବୀମା ପଲିସିର ମାଚ୍ୟୁରିଟି ରାଶି ଉପରେ ଟ୍ୟାକ୍ସ ଲାଗିବ । ଯାହାର ବାର୍ଷିକ ପ୍ରିମିୟମ ୫ଲକ୍ଷ ଟାଙ୍କାରୁ ଅଧିକ ।
କେନ୍ଦ୍ର ସରକାର ଶୁକ୍ରବାର ଠାରୁ ୨୦୨୩-୨୪ ଆର୍ଥିକ ବର୍ଷ ଅପ୍ରେଲ-ଜୁନ୍ ତିନି ମାସରେ ଲଘୁ ସଞ୍ଚୟ ଯୋଜନା ଉପରେ ଅଧିକ ସୁଧ ମିଳିବ । ଲୋକପ୍ରିୟ ଯୋଜନା ପିପିଏଫ ଏବଂ ବ୍ୟାଙ୍କ ସଞ୍ଚୟ ଉପରେ ସୁଧ ହାର ଅପ୍ରେଲ-ଜୁନ୍ ମାସରେ ସ୍ଥର ରଖାଯାଇଛି । ପିପିଏଫରେ ୭.୧ ପ୍ରତିଶତ ଏବଂ ବ୍ୟାଙ୍କ ସଞ୍ଚୟରେ ୪ ପ୍ରତିଶତ ରହିଛି । ହେଲେ ଅନ୍ୟ ସଞ୍ଚୟ ଉପରେ ସୁଧ ହାର ୦.୧ ପ୍ରତିଶତରୁ ୦.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି । ମାହିଳାଙ୍କ ପାଇଁ ନୂଆ ଲଘୁ ସଞ୍ଚୟ ଯୋଜନା ‘ମହିଳା ସମ୍ମାନ ସଞ୍ଚୟ ପତ୍ର’ ଆରମ୍ଭ ହେବ । ଏଥିରେ ମହିଳା କିମ୍ବା କନ୍ୟା ସନ୍ତାନ ନାଁ ରେ ୨ ଲକ୍ଷ ପର୍ଯ୍ୟନ୍ତ ଏକାଥରକେ ନିବେଶ କରିପାରିବେ । ଏହା ଉପରେ ୭.୫ ପ୍ରତିଶତ ନିଶ୍ଚିତ ସୁଧ ମିଳିବ । ସେହପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୧୫ଲକ୍ଷ ନିବେଶକୁ ୩୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମାସିକ ଆୟରେ ମଧ୍ୟ ପରିବର୍ତ୍ତନ କରି ୯ଲକ୍ଷ କରାଯାଇଛି ।