ଟ୍ରକ୍ ମାଲିକ ସଂଘ ଅଫିସ୍‌ରେ ଆୟକର ବିଭାଗର ଚଢାଉ, ଆର୍ଥିକ କାରବାରକୁ ନେଇ ଚାଲିଛି ଯାଞ୍ଚ

Published By : Prameya-News7 Bureau | December 15, 2020 IST

ପାରାଦୀପ ୧୫।୧୨: ପାରାଦୀପ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ । ସଂଘର ଆର୍ଥିକ କାରବାରକୁ ୧୨ ଜଣିଆ ଦଳ ମିଳିତ ଭାବରେ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛନ୍ତି । ପାରାଦୀପ ଟ୍ରକ୍ ମାଲିକ ସଂଘ ଦୀର୍ଘ ୩୦ ବର୍ଷ ହେବ ପାରାଦୀପରେ ଗଢ଼ି ଉଠିଥିବା ବେଳେ ଏହି ସଂଘ ଅଧିନରେ ପ୍ରାୟ ୫ ହଜାର ଟ୍ରକ୍ ମାଲିକ ନିଜ ନିଜର ଟ୍ରକକୁ ପଣ୍ୟ ପରିବହନରେ ନିୟୋଜିତ କରି ଆସୁଛନ୍ତି ।

{"id":377718,"sizeSlug":"large","linkDestination":"none"}

ପାରାଦୀପ ବନ୍ଦରକୁ ଭିତ୍ତିକରି ଅନେକ ପରିବହନ ସଂସ୍ଥା ଏହି ଟ୍ରକ୍ ଆସୋସିଏସନ୍ ଅଧିନରେ କାର୍ଯ୍ୟ କରି ଆସୁଥିବା ବେଳେ ଆର୍ଥିକ କାରବାରକୁ ନେଇ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ସମସ୍ତ ଦିଗକୁ ନେଇ ଚଢ଼ାଉ ହୋଇଛି । ତେବେ ସଂଘର ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.