କନ୍ୟା ସନ୍ତାନ ଜନ୍ମ ଦେବାରୁ ବୋହୁକୁ ଗରମ ତେଲ ପକାଇ ମାରିଦେବାକୁ ଉଦ୍ୟମ କଲେ ଶାଶୂଘର ଲୋକେ
5/10/2018 at 12:28 PM

ଜଗତସିଂହପୁର ୫/୧୦ : ଶିଶୁ କନ୍ୟାର ସୁରକ୍ଷା ନିମନ୍ତେ ସରକାର ଅନେକ ଯୋଜନ କାର୍ଯ୍ୟକାରୀ କରୁଥିବାବେଳେ ଏଣେ ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ ଦେବାରୁ ତାର ଶାଶୁ ଘର ଲୋକେ ମାଡ଼ ମାରି ନିର୍ଯାତନା ଦେବା ସହ ଗରମ ତେଲ ପକାଇ ମାରିଦେବାକୁ ଉଦ୍ୟମ କରିବା ଘଟଣା ସାଧାରଣରେ ଉଦବେଗ ସୃଷ୍ଟି କରିଛି । ସଂପୃକ୍ତ ମହିଳା ରାତି ଅଧରେ ଶାଶୁ ଘରୁ ଲୁଚି ପଳାଇ ଆସିବା ସହ ଏବେ ଗୁରୁତର ଅବସ୍ଥାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେରେ ଚିକିତ୍ସା ହେଉଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲା କିଶନନଗର ଥୋରିଆ ପଡା ଗାଁରେ ।
ଦୋଷ ହେଲା ଝିଅ କାହିଁକି ଜନ୍ମ ଦେଲୁ । ଆମର ପୁଅ ଦରକାର । ଏମିତି କହି ଗାଳି ଦେବା ସହ ବାରମ୍ବାର ନିର୍ଯ୍ୟାତନା ଦେବା ସହ ଗରମ ତେଲ ପକାଇ ମାରିଦେବାକୁ ଉଦ୍ୟମ କରିଥିଲେ ଶାଶୁ, ସ୍ୱାମୀ ଓ ନଣନ୍ଦ । ଜଗତସିଂହପୁର ଜିଲ୍ଲା ବିରିଡି ଥାନା ତାଂଛଣା ଗାଁର ସେକ ସମସର ଅଲ୍ଲୀଙ୍କ ଝିଅ ଗୁଲନାର ବେଗମ ଗତ ୩ ବର୍ଷ ତଳେ କିଶନନଗର ଥାନା ଥୋରିଆ ପଡା ଗାଁର ସେକ ଅବଦୁଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ମଧ୍ୟ୍ୟ ଦିଆଯାଇଥିଲା । ହେଲେ ଗୁଲନାର ଦୁଇଟି ଝିଅ ଜନ୍ମ ଦେବାରୁ ଶାଶୁ, ସ୍ୱାମୀ ଓ ନଣନ୍ଦ ଗୁଲନାରକୁ ମାଡ଼ ମାରି ନିର୍ଯାତନା ଦେଇ ଆସୁଥିବା ସହ ଗତ ୪ ଦିନ ତଳେ ସବୁ ସୀମା ଟପି ଯାଇଛନ୍ତି । ଏପରିକି ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ସେ ସେଠାରୁ କୌଶଳ କ୍ରମେ ଖସି ଆସିଛନ୍ତି । ଗୁରୁତର ଅବସ୍ଥାରେ ବାପ ଘର ଲୋକେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।
ଏହି ଘଟଣାରେ ପିଡିତାଙ୍କ ବାପା କିଶନନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାର ଅଭିଯୋଗ ହୋଇଛି ।