ଜାମ୍ମୁ-କାଶ୍ମୀର କଂଗ୍ରେସରୁ ଛାଡୁଥିବା ଲୋକେ ଆଜାଦଙ୍କ ସଂପର୍କରେ, ନୂତନ ପାର୍ଟି ଗଠନରେ ଦେବେ ସମର୍ଥନ

Published By : Prameya-News7 Bureau | August 28, 2022 IST

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ କଂଗ୍ରେସ ସହ ସଂପର୍କ ଛିନ୍ନ କରିବା ପରେ ଦଳକୁ ବହୁତ ବଡ ଝଟକା ଲାଗିଛି। ଏହା ପରେ ଜାମ୍ମୁ-କାଶ୍ମୀର ରାଜ୍ୟ କଂଗ୍ରେସର ଅନେକ ପ୍ରମୁଖ ନେତା ଆଜାଦଙ୍କ ସମର୍ଥନରେ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ କିଛି ବରିଷ୍ଠ ନେତା ଆଜାଦଙ୍କ ନିଷ୍ପତ୍ତିକୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ତାଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକଙ୍କ କହିବା କଥା ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିବା ଭୁଲ୍ ନିଷ୍ପତ୍ତି ଥିଲା।

ଜାମ୍ମୁ-କାଶ୍ମୀରର ପୂର୍ବତନ କଂଗ୍ରେସନେତା ଜିଏମ ସରୁରୀ ରବିବାର କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳରୁ ଅନେକ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସଂପର୍କରେ ଅଛନ୍ତି। ଯେଉଁଥିରେ ପୂର୍ବତନ ବିଧାୟକ ଏବଂ ଅନ୍ୟ ପାର୍ଟିର ନେତା ସାମିଲ୍। ସେମାନଙ୍କ ସହ ଆଲୋଚନା ଜାରି ରହିଛି। କିଛି କଂଗ୍ରେସରୁ ଇସ୍ତଫା ଦେଇ ସାରିଥିବା ବେଳେ ଆଉ କିଛି ଏହି ପ୍ରକ୍ରିୟାରେ ଅଛନ୍ତି।

ଶୁକ୍ରବାର କଂଗ୍ରେସ ଛାଡିଥିବା ନେତାଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆରଏସ ଚିବ୍, ଜୁଗଳ କିଶୋର ଶର୍ମା, ଚୌଧୁରୀ ଅକରମ, ମହମ୍ମଦ ଅମିନ ଭଟ୍ଟ, ଗୁଜଲାର ଅହମ୍ମଦ ଓ୍ଵାନି, ହାଜି ଅବଦୁଲ ରଶିଦ ଏବଂ ନରେଶ ଗୁପ୍ତା ସାମିଲ୍। ଏହି ସବୁ ନେତା ଚିଠି ଲେଖି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।

କଂଗ୍ରେସର ଜାମ୍ମୁ-କାଶ୍ମୀରର ପୂର୍ବତନ ସଭାପତି ସରୁରୀ କହିଛନ୍ତି, ଆଜାଦ ଆମର ନୂତନ ଦଳର ଗଠନ ପୂର୍ବରୁ ନିଜର ଶୁଭଚିନ୍ତକଙ୍କ ବିଚାର ବିମର୍ଶ କରିବା ପାଇଁ ସେପ୍ଟେମ୍ବର ୪ରେ ଜାମ୍ମୁ ଆସୁଛନ୍ତି। ଆମେ ଖୁସି ଯେ, ଆଜାଦ ଜାମ୍ମୁ-କାଶ୍ମୀର ଫେରୁଛନ୍ତି, ଯେଉଁଠୁ ସେ ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି। ଲୋକେ ତାଙ୍କ ଶାସନକାଳକୁ ସ୍ଵର୍ଣ୍ଣିମ ଯୁଗ ଭାବେ ଦେଖନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.