କ'ଣ ଇମ୍ରାନଙ୍କ ପତ୍ନୀ ଅବନ୍ତିକାଙ୍କୁ ପୁଣି ହେଲା ପ୍ରେମ ? ପୋଷ୍ଟ ଭାଇରାଲ ପରେ ଚର୍ଚ୍ଚା ଜୋର

Published By : Prameya-News7 Bureau | January 09, 2023 IST

ମୁମ୍ଵାଇ ୦୯।୦୧: ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ଇମ୍ରାନ ଖାନ । ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ । ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଥିଲେ। ଇମ୍ରାନଙ୍କ ନାମ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନକୁ ଆଲୋଚନାର ବିଷୟ ପାଲଟିଥାଏ । ୨୦୧୧ରେ ଇମ୍ରାନ୍‌ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । କିନ୍ତୁ ଦୀର୍ଘ ସମୟ ପରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଖବର ଅନୁଯାୟୀ ଇମ୍ରାନ ଏବଂ ଅବନ୍ତିକା ପରସ୍ପର ସହ ଏକାଠି ରହୁ ନାହାଁନ୍ତି। ଏହି ସମୟରେ, ଅବନ୍ତିକାଙ୍କ ଫଟୋ ସୋସିଆ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଛନ୍ତି। ଯାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି ।

ଇମ୍ରାନଙ୍କ ପତ୍ନୀ ଅବନ୍ତିକା ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ନୂଆ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ଅବନ୍ତିକାଙ୍କ ସେହି ମିଷ୍ଟ୍ରି ମ୍ୟାନଙ୍କ କାନ୍ଧରେ ହାତ ରଖିଛନ୍ତି । ଏହା ବ୍ୟତୀତ ଦୁହେଁ ଅତି ନିକଟତର ଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ବୋଧହୁଏ ଅବନ୍ତିକା ପୁଣି ଥରେ ପ୍ରେମରେ ପଡିଛନ୍ତି।

କୁହାଯାଉଛି ଅବନ୍ତିକାଙ୍କ ସହ ଦେଖାଯାଇଥିବା ମିଷ୍ଟ୍ରିମ୍ୟାନଙ୍କ ନାମ ସାହିବ ସିଂ ଲାମ୍ବା । ସେ ବି ଜଣେ ଅଭିନେତା ଯିଏ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଛନ୍ତି । ଏହା ଜଣା ଯେ ଇମ୍ରାଙ୍କ ଠାରୁ ଅଲଗା ହେବା ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.