କାହିଁକି ଟିପୁ ସୁଲତାନଙ୍କୁ ହୀରା କହୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାଣନ୍ତୁ

Published By : Prameya-News7 Bureau | February 28, 2019 IST

ଦିଲ୍ଲୀ ୨୮/୨ : ଭାରତ ତରଫରୁ ପାକିସ୍ତାନ ସୀମାରେ ଆତଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ | ସେ ଭାରତ ପାକିସ୍ତାନ ସମ୍ପର୍କ ବିଷୟରେ ଚର୍ଚ୍ଚା କରିଥିଲେ | ସେ ଟିପୁ ସୁଲତାନ ଏବଂ ବହାଦୁର ଶାହ ଜାଫରଙ୍କ ସମ୍ପର୍କରେ ଚର୍ଚ୍ଚା କରିଥିଲେ | ସେ କହିଥିଲେ ଯେ, ବହାଦୁର ଶାହଙ୍କୁ ଗୁଲାମୀ ଏବଂ ସ୍ୱାଧୀନତା ମଧ୍ୟରେ ଗୋଟିଏକୁ ବାଛିବାର ଥିଲା | ବହାଦୁର ଶାହ ଗୁଲାମୀକୁ ବାଛିଥିଲେ | ଅପରପକ୍ଷରେ ଟିପୁ ସୁଲତାନ ସ୍ୱାଧୀନତାକୁ ବାଛିଥିଲେ | ଇମ୍ରାନ କହିଥିଲେ ଯେ, ଟିପୁ ସୁଲତାନ ପାକିସ୍ତାନର ହୀରା | 

{"id":89514,"width":570,"height":428}

ଟିପୁ ସୁଲତାନ ଜଣେ ଯୋଗ୍ୟ ଶାସକ ଥିଲେ | ସେ ବିଦ୍ୱାନ ଏବଂ ଜଣେ କୁଶଳ ସେନାପତି ମଧ୍ୟ ଥିଲେ | ତାଙ୍କର କିଛି ନୀତିକୁ ନେଇ ତାଙ୍କର ବିରୋଧ ମଧ୍ୟ କରାଯାଇଥିଲା | କର୍ଣ୍ଣାଟକରେ ପ୍ରତ୍ୟେକ ବର୍ଷ ଟିପୁ ସୁଲତାନଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ | ତେବେ ଅନେକ ସଂଗଠନ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରିବା ପାଇଁ ବିରୋଧ କରିଥାନ୍ତି | ଟିପୁ ସୁଲତାନଙ୍କ ଜନ୍ମ ୧୭୫୦ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା | ସେ କମ ବୟସରୁ ହିଁ ଯୁଦ୍ଧ ବିଦ୍ୟା ଆରମ୍ଭ କରିଦେଇଥିଲେ |

{"id":89515}

ଟିପୁ ସୁଲତାନଙ୍କ ପିତା ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ | ଇଂରେଜମାନେ ମହୀଶୂରରେ କବଜା କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ଟିପୁ ସୁଲତାନ ଏବଂ ତାଙ୍କ ପିତା ଇଂରେଜଙ୍କ ନୀତି ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ | ଟିପୁ ସୁଲତାନଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ମହୀଶୂରର ପ୍ରଥମ ଯୁଦ୍ଧରେ ଇଂରେଜଙ୍କ ସାମ୍ନାରେ ନିଜ ବୀରତ୍ୱର ପ୍ରମାଣ ଦେଇଥିଲେ |

୧୭୮୦ ମସିହାରେ ମହୀଶୂରର ଦ୍ୱିତୀୟ ଯୁଦ୍ଧରେ ଇଂରେଜଙ୍କୁ ପରାସ୍ତ କରିବାରେ ଟିପୁ ସୁଲତାନ ନିଜ ପିତାଙ୍କୁ ବହୁତ ସହଯୋଗ କରିଥିଲେ | ଇଂରେଜଙ୍କୁ ପରାସ୍ତ କରିବାରେ ଟିପୁ ସୁଲତାନ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥିଲେ | ୧୭୯୯ ମସିହାରେ ଟୁରିଙ୍ଗ ଖାନାଲି ଯୁଦ୍ଧ ଟିପୁ ସୁଲତାନଙ୍କ ଶେଷ ଯୁଦ୍ଧ ଥିଲା |

{"id":89520,"width":585,"height":293}

ଉନବିଂଶ ଶତାବ୍ଦିରେ ଇଂରେଜ ସରକାରଙ୍କ ଅଧିକାରୀ ଏବଂ ଲେଖକ ୱିଲିୟମ ଲୋଗାନ ନିଜ ବହି ମାଲାବାର ମାନୁଆଲରେ ଲେଖିଥିଲେ ଯେ, ଟିପୁ ସୁଲତାନ ନିଜର ୩୦ ହଜାର ସେନାଙ୍କ ସହ କାଲିକଟକୁ ଧ୍ବଂସ କରିଦେଇଥିଲେ | ଟିପୁ ସୁଲତାନ ମହିଳା ଏବଂ ପୁରୁଷଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦେଇଥିଲେ | ସେମାନଙ୍କ ଶିଶୁଙ୍କୁ ମଧ୍ୟ ସେମାନଙ୍କ ଗଳାରେ ବାନ୍ଧି ଦିଆଯାଇଥିଲା | ୱିଲିୟମ ନିଜ ବହିରେ ଟିପୁ ସୁଲତାନ ମନ୍ଦିର, ଚର୍ଚ୍ଚ ଆଦି ଭାଙ୍ଗିବା ସହ ଜୋର ଜବରଦସ୍ତି ବିବାହ କରୁଥିବା ଭଳି ଅନେକ ଅଭିଯୋଗ କରିଥିଲେ | 

୧୯୬୪ ମସିହାରେ ପ୍ରକାଶିତ ହୋଇଥିବା ବହି 'ଲାଇଫ ଅଫ ଟିପୁ ସୁଲତାନ' ରେ କୁହାଯାଇଥିଲା ଯେ, ଟିପୁ ସୁଲତାନ ମାଲାବାର ଅଂଚଳରେ ଲକ୍ଷେରୁ ଅଧିକ ହିନ୍ଦୁ ଏବଂ ୭୦ ହଜାରରୁ ଅଧିକ ଖ୍ରୀଷ୍ଟିଆନଙ୍କୁ ମୁସଲମାନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ | ଏହି ବହି ଅନୁସାରେ, ଧର୍ମ ପରିବର୍ତ୍ତନ ହିଁ ଟିପୁ ସୁଲତାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଥିଲା | ସେଥିପାଇଁ ସେ ଅନେକ ଲୋକଙ୍କୁ ଜୋର ଜବରଦସ୍ତ ମୁସଲମାନ ଧର୍ମରେ ପରିବର୍ତ୍ତିତ କରିଥିଲେ |ଏ ସବୁ ତଥ୍ୟର ପ୍ରାମାଣିକତା ଯାଂଚ ସାପେକ୍ଷ । ତେବେ େଭଳି କାହାଣୀ ପାକିସ୍ତାନବାସୀଙ୍କୁ ଉତ୍ସାହିତ କରିଥାଏ । ସେଥିପାଇଁ ଚିପୁଙ୍କୁ ପାକିସ୍ତାନର ହୀରା ବୋଲି କୁହାଯାଇଥାଏ । ଅପରପକ୍ଷରେ ହିନ୍ଦୁ ମୁସଲମାନ ଆଦି ଧର୍ମର ଉର୍ଦ୍ଧ୍ବକୁ ୁଠି ଟିପୁ ସୁଲତାନଙ୍କୁ ସମଗ୍ର ଦେଶ ଜଣେ ସ୍ବାଧୀନଚେକା ସ୍ବତନ୍ତ୍ର ସେନାନୀ ବୋଲି ମଧ୍ୟ କୁହାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.