ଆତ୍ମଘାତୀ ଆତଙ୍କୀ ଆଦିଲ ମହମ୍ମଦ ସପକ୍ଷରେ ଇମ୍ରାନ ! ପାକିସ୍ତାନ ସଂସଦରେ ଇମ୍ରାନ କହିଲେ କାଶ୍ମୀରର ସ୍ୱାଧୀନତା ପାଇଁ ଆତ୍ମଘାତୀ ସାଜିଲା ଆଦିଲ

Published By : Prameya-News7 Bureau | February 28, 2019 IST

ଦିଲ୍ଲୀ ୨୮/୨ : ଭାରତର କାର୍ଯ୍ୟାନୁଷ୍ଠାନ ପରେ ଡରିଯାଇଛି ପାକିସ୍ତାନ | ଇମ୍ରାନ ଖାନ ଆଜି ପାକିସ୍ତାନ ସଂସଦରେ କହିଥିଲେ ଯେ, ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି | ସେ ଯୁଦ୍ଧ ଚାହୁଁନାହାନ୍ତି | ଭାରତ ଉପରେ କ୍ଷୁବ୍ଧ ଇମ୍ରାନ ଆତଙ୍କବାଦୀ ଆଦିଲର କାର୍ଯ୍ୟକୁ ବୈଧ ବୋଲି କହିଥିଲେ | ପୁଲୱାମାରେ ହୋଇଥିବା ଆତ୍ମଘାତୀ ହମଲାର ଦୋଷୀ ଆଦିଲ ମହମ୍ମଦ ଡାରକୁ ନେଇ ସଫେଇ ଦେଇଥିଲେ ଇମ୍ରାନ |

{"id":89523}

ଭାରତ ସରକାର କାଶ୍ମୀରରେ ଲୋକଙ୍କୁ ନିର୍ଯ୍ୟାତନା ଦେଉଛି ବୋଲି ଅଭିଯୋଗ କରିଥିଲେ ଇମ୍ରାନ | ଯେଉଁଥିପାଇଁ ଜଣେ ୨୦ ବର୍ଷର ଯୁବକ ନିଜ ଦେହରେ ବୋମା ଲଗାଇ ବିସ୍ଫୋରଣ କରିଥିଲା ବୋଲି କହିଥିଲେ ଇମ୍ରାନ | ଆଦିଲ ଅହମ୍ମଦ ସ୍ୱାଧୀନତା କଥା କହୁଥିଲା | ସେଥିପାଇଁ ସେ ନିଜକୁ ହ୍ୟୁମାନ ବମ କରିଦେଲା | ଜୈସ ଆତଙ୍କୀ ଆଦିଲ ମହମ୍ମଦ ସପକ୍ଷରେ ଇମ୍ରାନ କହିଥିଲେ ଯେ, ପାକିସ୍ତାନ ଗତ ୨୦ ବର୍ଷ ହେଲା ନିଜ ଦେଶରେ ମଧ୍ୟ ଆତଙ୍କବାଦ ବିରୋଧରେ ଲଢ଼ୁଛି |

{"id":89524}

ଏଠାରେ ଆମେ ଗୋଟେ କଥା ମନେପକେଇଦେବୁ, ଆଦିଲ ମହମ୍ମଦ ହମଲା ପୂର୍ବରୁ ଏକ ଭିଡିଓ ଜାରି କରିଥିଲା | ଏହି ଭିଡିଓରେ ସେ ନିଜେ ସ୍ୱୀକାର କରିଥିଲା ସେ ଜଣେ ଆତଙ୍କବାଦୀ | ପାକିସ୍ତାନ ପ୍ରଧାନମନ୍ତ୍ରୀ ବୋଧହୁଏ ଭୁଲିଯାଇଛନ୍ତି ଯେ, ଜୈସ ସଂଗଠନ ନିଜେ ସ୍ପଷ୍ଟ କରିଥିଲେ ଯେ, ହମଲା ତାଙ୍କର ଲୋକାଲ ଆତଙ୍କବାଦୀ କରିଛନ୍ତି | ଜୈସ ସଂଗଠନର ମୁଖ୍ୟ ମସୁଦ ଅଜହର ମଧ୍ୟ ଏକ ଅଡିଓ ଜାରି କରି ଆଦିଲ ଅହମ୍ମଦର ପ୍ରଶଂସା କରିଥିଲା |

{"id":89525}

ଏବେର ପରିସ୍ଥିତିକୁ ନଜରରେ ରଖି ଇମ୍ରାନ ଖାନ କହିଥିଲେ ଯେ, ଗତ ୪ ବର୍ଷ ହେଲା କାଶ୍ମୀରରେ ସ୍ୱାଧୀନ ଦାବି ହୋଇଆସୁଚି | କାଶ୍ମୀରବାସୀ ନିଜେ ସ୍ୱାଧୀନତା ଦାବି କରୁଛନ୍ତି | ସେ କହିଥିଲେ ଯେ, ସେ ଯେତେବେଳେ ୨୦ ବର୍ଷ ପୂର୍ବରୁ କାଶ୍ମୀର ଯାଇଥିଲେ, କାଶ୍ମୀର ଲୋକେ ଭାରତ ସପକ୍ଷରେ ଥିଲେ | କିନ୍ତୁ ଏବେ କାଶ୍ମୀରବାସୀ ସ୍ୱାଧୀନତା ଛଡା ଆଉ କିଛି ଚାହୁଁନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.