ଆରପାରିରେ ସିନେ ନିର୍ମାତା ନିତିନ୍ ମନମୋହନ, କିଛି ଦିନ ପୂର୍ବରୁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
29/12/2022 at 12:32 PM

ମୁମ୍ଵାଇ ୨୯।୧୨: ବର୍ଷ ସରିଆସୁଛି । ହେଲେ ମନୋରଞ୍ଜନ ଜଗତରୁ ଏକ ଖରାପ ଖବର ଥମିବାର ନାଁ ଧରୁନି । ବଲିଉଡର ଜଣାଶୁଣା ସିନେ ନିର୍ମାତା ନିତିନ ମନମୋହନଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ପୀଡିତ ହେବା ପରେ ନିତିନ ମନମୋହନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଶୁକ୍ରବାର ଅର୍ଥାତ୍ ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ନିର୍ମାତା ହୃଦଘାତରେ ପୀଡିତ ହୋଇଥିଲେ, ପରେ ତାଙ୍କୁ ତୁରନ୍ତ କୋକିଲା ଧୀରୁବାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିଲା । ଯେଉଁଥିପାଇଁ ନିତିନ ମନମୋହନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ସେ ଠିକ୍ ହୋନଥିଲେ। ଶେଷରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି।
ନିତିନ ମନମୋହନ ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ‘ବୋଲ ରାଧା ବୋଲ’, ‘ଲାଡଲା’, ‘ଦୁସ’ ଭଳି ସୁପରହିଟ ଚଳଚ୍ଚିତ୍ରର ନିର୍ମାତା ମନମୋହନ ମଧ୍ୟ ସଲମାନ ଖାନଙ୍କ ଫିଲ୍ମ ‘ରେଡି’ ପ୍ରସ୍ତୁତ କରିଥିଲେ। ନିତିନ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମନମୋହନଙ୍କ ପୁଅ। ତାଙ୍କ ପିତାଙ୍କ ପରି ନିତିନ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ ।